- ୟୁକ୍ରେନ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ସାମ୍ପ୍ରତିକ ଘଟଣା ଉପରେ ନେତାମାନେ ମତ ବିନିମୟ କରିଛନ୍ତି
- ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ସକାରାତ୍ମକ ବିକାଶକୁ ଉଭୟ ସ୍ୱାଗତ କରିଛନ୍ତି
- କୃତ୍ରିମ ବୁଦ୍ଧିମତା (ଏଆଇ) ପ୍ରଭାବ ଶିଖର ସମ୍ମିଳନୀ ପାଇଁ ରାଷ୍ଟ୍ରପତି ମାକ୍ରନଙ୍କୁ, ଭାରତକୁ ସ୍ୱାଗତ କରିବାକୁ ଅପେକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସ ରାଷ୍ଟ୍ରପତି ମହାମହିମ ଇମାନୁଏଲ୍ ମାକ୍ରନଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି । ଉଭୟ ଆର୍ଥିକ, ପ୍ରତିରକ୍ଷା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ମହାକାଶ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବିକାଶର ସମୀକ୍ଷା ଏବଂ ସକାରାତ୍ମକ ମୂଲ୍ୟାଙ୍କନ କରିଥିଲେ । ହରାଇଜନ୍ ୨୦୪୭ ରୋଡମ୍ୟାପ, ଇଣ୍ଡୋ-ପାସିଫିକ୍ ରୋଡମ୍ୟାପ୍ ଏବଂ ଡିଫେନ୍ସ ଇଣ୍ଡଷ୍ଟ୍ରିଆଲ୍ ରୋଡମ୍ୟାପ୍ ଅନୁରୂପ ଭାରତ-ଫ୍ରାନ୍ସ ରଣନୈତିକ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବା ଲାଗି ଉଭୟ ନେତା ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ । ୟୁକ୍ରେନରେ ସଂଘର୍ଷର ଅନ୍ତ ଆଣିବା ଦିଗରେ ନିକଟରେ କରାଯାଇଥିବା ପ୍ରୟାସ ଉପରେ ସେମାନେ ମତ ବିନିମୟ କରିଥିଲେ । ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଏବଂ ଶୀଘ୍ର ଶାନ୍ତି ଓ ସ୍ଥିରତା ଫେରାଇ ଆଣିବା ଲାଗି ଭାରତର ନିରନ୍ତର ସମର୍ଥନକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ । ଫେବୃଆରୀ ୨୦୨୬ରେ ଭାରତ ଦ୍ୱାରା ଆୟୋଜିତ କୁତ୍ରିମ ବୁଦ୍ଧିମତା ପ୍ରଭାବ ସଂକ୍ରାନ୍ତ ଶିଖର ସମ୍ମିଳନୀକୁ ନିମନ୍ତ୍ରଣ ଗ୍ରହଣ କରିଥିବାରୁ, ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ମାକ୍ରନଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ରାଷ୍ଟ୍ରପତି ମାକ୍ରନଙ୍କୁ ଭାରତରେ ସ୍ୱାଗତ କରିବାକୁ ଅପେକ୍ଷା କରିଥିବା କହିଥିଲେ । ବିଶ୍ୱ ଶାନ୍ତି ଏବଂ ସ୍ଥିରତାକୁ ପ୍ରୋତ୍ସାହିତ କରିବା ପାଇଁ ଉଭୟ ନେତା ଯୋଗାଯୋଗରେ ରହିବା ଏବଂ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ସହମତ ହୋଇଥିଲେ ।