ଟିପିଡବ୍ଲୁଓଡିଏଲ୍‌ ସହାୟତାରେ ଶ୍ରଦ୍ଧା ଆୟୋଜିତ ଭିନ୍ନକ୍ଷମମାନଙ୍କ ମୌଳିକ ଅଧିକାର ଉପରେ ଏକ ଦିନିକିଆ କର୍ମଶାଳା

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରଦ୍ଧା ଅନୁଷ୍ଠାନ ତରଫରୁ ଟିପିଡବ୍ଲୁଓଡିଏଲ୍‌ ସହାୟତାରେ ଶ୍ରଦ୍ଧା ଆୟୋଜିତ ଭିନ୍ନକ୍ଷମ ମାନଙ୍କ ପାଇଁ ସେମାନଙ୍କର ମୌଳିକ ଅଧିକାର ଦିନିକିଆ କର୍ମଶାଳା ଆୟୋଜିତ ହୋଇଥିଲା । ରାଉରକେଲାର ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ଆଲୋକ ରଂଜନ ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଯେ, ଭିନ୍ନକ୍ଷମ ହେଉଛନ୍ତି ଆମ ସମାଜର ତଥା ପରିବାରର ଏକ ଅଭିନ୍ନ ଅଙ୍ଗ । ସ୍ଵତନ୍ତ୍ର ଭାବେ ଏମାନଙ୍କ ପ୍ରତି ଦୃଷ୍ଟି ଦେଇ ସେମାନଙ୍କର ମୌଳିକ ଅଧିକାର ଯୋଗାଇଦେଇ ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଆମ୍ଭ ମାନଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ଆମ୍ଭେମାନେ ସମସ୍ତେ ମିଶି ଭିନ୍ନକ୍ଷମ ମାନଙ୍କ ପାଇଁ ଆନ୍ତରିକ ଭାବେ କିଛି କରିବା । ଟିପିଡବ୍ଲୁଓଡିଏଲ୍‌ର ସି. ଏସ୍. ଆର୍‌ର ପ୍ରବନ୍ଧକ ହରପ୍ରସାଦ ଦାଶ ଟାଟା ପାୱାର ଦ୍ଵାରା ସି. ଏସ୍. ଆର ଅନ୍ତର୍ଗତ ସମାଜ କଲ୍ୟାଣ ପାଇଁ ବିଭିନ୍ନ ପ୍ରକାରର ଯୋଜନା ବିଭିନ୍ନ ସମାଜସେବୀ ଅନୁଷ୍ଠାନଙ୍କ ଦ୍ଵାରା ଚାଲୁଥିବା ଦର୍ଶାଇଥିଲେ । କିନ୍ତୁ ଭିନ୍ନକ୍ଷମ ମାନଙ୍କ ପାଇଁ ଶ୍ରଦ୍ଧା ଦ୍ଵାରା ପରିଚାଳିତ ଗୋଷ୍ଠୀ ଭିତ୍ତିକ କାର୍ଯ୍ୟକ୍ରମ ଅନନ୍ୟ । ଯେଉଁଥି ପାଇଁ ଭିନ୍ନକ୍ଷମ ମାନଙ୍କର ଅନେକ ସମାସ୍ୟାର ସମାଧାନ ହୋଇପାରୁଛି । ଶ୍ରଦ୍ଧା ବାସ୍ତବିକ ଏଥିପାଇଁ ପ୍ରଶଂସାର ପାତ୍ର । ଦ୍ୱିତୀୟ ପର୍ଯ୍ୟାୟରେ ଚାଲୁଥିବା ଥେରାପି ଅନ୍ ହ୍ଵୁଇଲ କାର୍ଯ୍ୟକ୍ରମ ପାଇଁ ସେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ମୁଖ୍ୟଅତିଥି ଓ ଅନ୍ୟ ଅତିଥିମାନଙ୍କର ଦ୍ୱାରା ଗତ ୩ ବର୍ଷର ବାର୍ଷିକ ବିବରଣୀର ସନ୍ଦର୍ଭ ଉନ୍ମୋଚନ କରାଯାଇଥିଲା । ସହରର ଜଣାଶୁଣା ସୁପରିଚିତ ସମାଜସେବୀ ପ୍ରକାଶ କୁମାର ପାଣିଗ୍ରାହୀ ଅନ୍ୟତମ ସମ୍ମାନିତ ଅତିଥିଭାବେ ଯୋଗଦେଇ ତାଙ୍କର ବକ୍ତବ୍ୟରେ ଶ୍ରଦ୍ଧା ଆରମ୍ଭ ହୋଇ ଥିବାବେଳେ ଯେଉଁ ବାଧାବିଘ୍ନ ଦେଇ ଗତି କରୁଥିଲା, ତାହା ଆଜି ପ୍ରତିଷ୍ଠାତା କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ଆନ୍ତରିକ ପ୍ରଚେଷ୍ଟା ଫଳରେ ବଟଦୃମରେ ପରିଣତ ହୋଇଛି । ଶ୍ରଦ୍ଧା ସମାଜ ତଥା ଭିନ୍ନକ୍ଷମ ମାନଙ୍କ ପାଇଁ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟକ୍ରମ କରି ଉଦାହରଣ ସୃଷ୍ଟି କରିଛି ବୋଲି ମତ ରଖିଥିଲେ । ଅନୁଷ୍ଠାନର ସଭାପତି ଡଃ ରାମକୃଷ୍ଣ ବିଶ୍ଵାଳ ଏ‌ହି କର୍ମଶାଳାରେ ପୌରୋହିତ୍ୟ କରିବା ସହିତ ଭିନ୍ନକ୍ଷମ ମାନଙ୍କୁ ସେବା ଯୋଗାଇ ଦେଉଥିବା ବାପା ମା ଏବଂ କେୟାର ଟେକର ମାନଙ୍କ ସମସ୍ୟା କଥା କେହି ବୁଝନ୍ତି ନାହିଁ । ଭିନ୍ନକ୍ଷମ ମାନଙ୍କୁ ପାଳନ ପାଇଁ ଏମାନେ ଯେ କେତେ ସମାସ୍ୟା ସମ୍ମୁଖୀନ ହୁଅନ୍ତି ତାହା ଆମ୍ଭେମାନେ ସମସ୍ତେ ଜାଣିବା ଦରକାର । ତେଣୁ ସରକାର ଏମାନଙ୍କ ପାଇଁ ମଧ୍ୟ ଏକ ଯୋଜନା କରିବା ଉଚିତ ବୋଲି ମତ ରଖିଥିଲେ । ପ୍ରାରମ୍ଭରେ ଶ୍ରଦ୍ଧାର ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରିବା ସହିତ ଭିନ୍ନକ୍ଷମ ମାନଙ୍କ ପାଇଁ ଥିବା ଯୋଜନା ଓ ଟିପିଡବ୍ଳୁଓଡିଏଲ୍‌ ସହାୟତାରେ ବିଶ୍ରାମ ବ୍ଲକରେ ଚାଲୁଥିବା ଗୋଷ୍ଠୀ ଭିତ୍ତିକ କାର୍ଯ୍ୟକ୍ରମ ଉପରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ସେ ଦର୍ଶାଇଥିଲେ ଯେ, ସରକାରଙ୍କ ସବୁ ଯୋଜନାରେ ସବୁ ଭିନ୍ନକ୍ଷମ ସାମିଲ ହୋଇପାରୁନାହାନ୍ତି । ଏଥିପାଇଁ ସରକାର ଓ ପ୍ରଶାସନିକ ବ୍ୟବସ୍ଥାରେ ସୁଧାର ଆଣିବା ଦରକାର । ନଚେତ୍ ଅଧିକାଂଶ ଭିନ୍ନକ୍ଷମମାନେ ବଂଚିତ ହୋଇ ରହିଥିବେ । ଏଭଳି ଅନେକ ସମସ୍ୟା ଅଛି ଯାହା ସ୍ଵାସ୍ଥ୍ୟ, ଭତ୍ତା, ଯାତାୟାତ ତଥା ଶିକ୍ଷା କ୍ଷେତ୍ରରେ ଉପୁଜୁଛି । ସରକାର ଏଥିପାଇଁ ବିଶେଷ ଦୃଷ୍ଟି ଦେବାକୁ ସେ ସରକାର ଙ୍କୁ ଜଣାଇବେ ବୋଲି କହିଥିଲେ । ଶ୍ରଦ୍ଧାର ସୁକୁମାର ପାଣ୍ଡବ, ଅର୍ଚ୍ଚନା ମିଞ୍ଜ୍, ସୁଜାତା ରାଉତ, ସୌଦାମିନୀ, ଶ୍ଵେତା, ସନ୍ତୋଷୀ, ଇତିଶ୍ରୀ, ଚନ୍ଦ୍ରିକା, ଗଗନ ଏବଂ ସି.ବି.ଆର୍‌ ସ୍ଵେଚ୍ଛାସେବୀ, ଦୀପକ, କ୍ରୀଷ୍ଣା, ପ୍ରୀତମ, ଶିବ ମହାତୋ, ଓ୍ଵାଜିଦ୍, ଧାରୁ ଓରାମ, ମମତା ଓ ଗଙ୍ଗେଇ ମିଞ୍ଜ୍ ପ୍ରଭୃତି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅନୁଷ୍ଠାନର ଉପସଭାପତି ଡା. ପ୍ରଭାକର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.