csstore

ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ନିଯୁକ୍ତି ଭିତ୍ତିକ କର୍ମଶାଳା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସମାଜର ଗତି, ଭିତ୍ତି ଓ ସ୍ଥିତିକୁ ନେଇ ତର୍ଜମା କରୁଥିବା ବୃତ୍ତି ହେଉଛି ସାମ୍ବାଦିକତା । ଏହିଭଳି ଏକ ଉନ୍ନତମାନର ଚିନ୍ତାଧାରା ନେଇ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ବିଭାଗ ହେଉଛି ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ । ଏହି ବିଭାଗରେ ସଂପ୍ରତି ଏକ କର୍ମ ନିଯୁକ୍ତି ଭିତ୍ତିକ କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି କର୍ମଶାଳାରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବରିଷ୍ଠ ଲେଖକ ଚନ୍ଦ୍ରକାନ୍ତ ପଣ୍ଡା “ ଗଣମାଧ୍ୟମର ଭାଷା ଓ ଲିଖନ ଶୈଳୀ’’ ଉପରେ ବିଶଦ ଆଲୋଚନା କରିଥିଲେ । ଏହି କର୍ମଶାଳା, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମ୍ମାନନୀୟା କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଏବଂ ସ୍ନାନକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀଙ୍କ ତତ୍ୱାବଧାନରେ ତଥା ବିଭାଗୀୟ ମୁଖ୍ୟ ଡ.ବନ୍ଦିତା କୁମାରୀ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ହୋଇଥିଲା । କର୍ମଶାଳାକୁ ବିଭାଗୀୟ ସହ ଅଧ୍ୟାପିକା ଡ.ଚିନୁ ବହିଦାର ପରିଚାଳନା କରିବା ସହିତ ବିଭାଗୀୟ ପ୍ରାଧ୍ୟାପକ ପ୍ରଫେସର ଗଣେଶ ସେଠୀ, ସହଯୋଗୀ ଅଧ୍ୟାପକ ଡ.ଜୟନ୍ତ କୁମାର ପଣ୍ଡା, ସହ ଅଧ୍ୟାପିକା ଡ. ନେହା ପାଣ୍ଡେ, ସହ ଅଧ୍ୟାପକ ଅଗ୍ନି କୁମାର ବେହେରା ପ୍ରମୁଖ ସହଯୋଗ କରିଥିଲେ । ଏହି କର୍ମଶାଳାରେ ଓଡ଼ିଆ ଭାଷାର ବ୍ୟବହାର, ଗଣମାଧ୍ୟମର ଭାଷା ଓ ଲିଖନ ଶୈଳୀ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଦିନିକିଆ କର୍ମଶାଳାରେ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ପ୍ରଥମ ବର୍ଷ ଓ ଦ୍ୱିତୀୟ ବର୍ଷର ସମସ୍ତ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.