oom

ସାମ୍ବିଧାନିକ ମୂଲ୍ୟବୋଧ ଏବଂ ନାଗରିକ ସମାଜ ଶୀର୍ଷକ କର୍ମଶାଳା

jsmm

ଛତ୍ରପୁର, (କେପଏନ୍‌ଏସ୍‌) : ସ୍ଥାନୀୟ ଲକ୍ଷଣ ଭବନଠାରେ ଲୋକ ଶକ୍ତି ଅଭିଯାନ ଓ ୟୁସୁଫ ମେହେରାଲ୍ଲୀ ସେଣ୍ଟର ତରଫରୁ ସାମ୍ପ୍ରତିକ ପରିସ୍ଥିତିକୁ ଲକ୍ଷ୍ୟ କରି ରାଜ୍ୟର ବିଭିନ୍ନ ଜିଲାରେ ସମଭାବାପନ୍ନ ସଂଗଠନ ଓ ବ୍ୟକ୍ତିବିଶେଷଙ୍କୁ ନେଇ ଜିଲ୍ଲାସ୍ତରୀୟ ସାମ୍ବିଧାନିକ ମୂଲ୍ୟବୋଧ ଓ ନାଗରିକ ସମାଜର ଭୂମିକା ଉପରେ କର୍ମଶାଳାର ଆୟୋଜିତ ହୋଇଯାଇଛି । ସାମ୍ବିଧାନିକ ମୂଲ୍ୟବୋଧ ଆଧାରରେ ବିଭିନ୍ନ ସଂଗଠନ କିପରି ଭାବରେ ଅଧିକ କ୍ରିୟାଶୀଳ ହୋଇପାରିବ ତା’ଉପରେ ଆଲୋଚନା ହୋଇଥିଲା । ଉକ୍ତ କର୍ମଶାଳାରେ ସାମାଜିକ କର୍ମୀ କଲ୍ୟାଣ ଆନନ୍ଦଙ୍କ ସ୍ୱାଗତ ସମ୍ଭାଷଣ ପରେ ବରିଷ୍ଠ ସାମ୍ବାଦିକ ବିଘ୍ନେଶ୍ୱର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମଶାଳାରେ ବରିଷ୍ଠ ସମାଜ ବିଜ୍ଞାନୀ ତଥା ଆଇନଜୀବୀ ଭଗବାନ ସାହୁ ସମ୍ବିଧାନ ଆଜି ବିପଦଗ୍ରସ୍ତ, ଏହାର ସୁରକ୍ଷା ଲାଗି ସମସ୍ତେ ଆଗଭର ହେବାକୁ ପରାମର୍ଶ ଛଳରେ ସତର୍କ କରାଇ ଦେଇଥିଲେ । ପୂର୍ବତନ ବିଧାୟକ ନାରାୟଣ ରେଡି ଦେଶର ସାମ୍ପ୍ରତିକ ଅବସ୍ଥା ଓ ମଣିପୁର ଘଟଣାରେ କେନ୍ଦ୍ର ସରକାରଙ୍କ ଦୋମୁହାଁ ନୀତିର ସମାଲୋଚନା କରିଥିଲେ । ମାନବିକ ଅଧିକାର କର୍ମୀ ଅବନୀ ଗୟା, ନୂଆଦିଲ୍ଲୀରୁ ଡଃ. ଜିତେନ୍ଦ୍ର କୁମାର ଚହର, ଅରୁଣ ସିଂ ପ୍ରମୁଖ ସମ୍ବିଧାନ କିପରି ଜଣେ ନାଗରିକ ଲାଗି ସୁରକ୍ଷା ଦେଇଥାଏ, ଅଲୋଚନା କରିଥିଲେ । ବରିଷ୍ଠ ସାମ୍ବାଦିକ ତଥା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ଫେଡେରସନର ରାଜ୍ୟ ସଭାପତି ରବି ରଥ ସମ୍ବିଧାନକୁ ସାମ୍ପ୍ରତିକ ସରକାର ଯେପରି ହନନ କରିଚାଲିଛନ୍ତି, ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବାକୁ କହିଥିଲେ । ନାରୀ ନେତ୍ରୀ ଭାନୁମତି ରେଡି ୟୁନିଫର୍ମ ସିଭିଲ କୋଡ଼ ନାମରେ ସଂପ୍ରଦାୟିକ ସଦ୍ଭାବ ନଷ୍ଟ କରୁଥିବା ଅଭିଯୋଗ କରିଥିଲେ । ସାମାଜିକ କର୍ମୀ ଇଜୁ ଅମିନ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ପ୍ରଥମେ ଚାଷୀନେତା ବିଜୟ ସ୍ୱାଇଁ ସମ୍ବିଧାନ ସୁରକ୍ଷା ଶୀର୍ଷକ ସଙ୍ଗୀତ ଗାନ କରିଥିଲେ । ସିପିଆଇ ନେତା ନୀଳକଣ୍ଠ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.