jayashree

ବ୍ଲକସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ କର୍ମଶାଳା

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ସଭାଗୃହ ଠାରେ ଆଜି ବଙ୍ଗୋମୁଣ୍ଡା ବ୍ଲକସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିତୁଶ୍ରୀ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ କିପରି ଆଗୁଆ ଯୋଜନା କରି ଅମୁଲ୍ୟ ଧନ ଜୀବନ ରକ୍ଷା କରାଯାଇପାରିବ ସେ ସମ୍ବନ୍ଧରେ ଉପସ୍ଥିତ ବିଭାଗୀୟ ଅଧିକାରୀମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ । ବଙ୍ଗୋମୁଣ୍ଡା ବ୍ଲକ ଅଂଚଳରେ ଦେଖା ଯାଉଥିବା ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ପାଇଁ କିପରି ଗ୍ରାମ୍ୟସ୍ତରରେ ଯୋଜନା କରାଯାଇପାରିବ ଉଦାହରଣ ମାଧ୍ୟମରେ ବୁଝାଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବଙ୍ଗୋମୁଣ୍ଡା ଥାନା ଅଧିକାରୀ ସଞ୍ଜୀବ ପ୍ରଧାନ, ସିଡିପିଓ ମାଧୁରୀ ହୋତା, ବଙ୍ଗୋମୁଣ୍ଡା ବନାଞ୍ଚଳଅଧିକାରୀ ପଦ୍ମନାଭ କୁମ୍ଭାର, ଅଗ୍ନିଶମ ବିଭାଗ ଓଆଇସି ରଞ୍ଜିତ କେରକେଟା, ଯୋଗାଣ ନିରୀକ୍ଷକ ଦୀପମ ଜ୍ୟୋତି ବଘାର, କୃଷି ଅଧିକାରୀ ସ୍ମାରକୀ ପ୍ରଧାନ, ବିଏସଏସଓ ସଞ୍ଜିତ ସୁନା, ମିଶନ ଶକ୍ତି ବିପିସି ପିତାମ୍ବର ବାଗ, ବିଆରସି ବୈଷ୍ଣବ ଚନ୍ଦ୍ର ନାଏକ, ଉଦ୍ୟାନ ବିଭାଗର କର୍ମଚାରୀ ସୁଶୀଲ ମେହେର, ବଙ୍ଗୋମୁଣ୍ଡା ମେଡ଼ିକାଲ ଇନ୍‌ଚାର୍ଜ ଜ୍ୟୋତିର୍ମୟୀ ମାହାଳିକ, ଟିଟିଲାଗଡ଼ ଉପ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ପଟେଲ, ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସମ୍ପାଦକ ହୁଲେଶ୍ୱର ହଂସ ସାମିଲ ହୋଇଥିଲେ । ଶେଷରେ ଜିପିଡିଓ ପୁରୁଷୋତ୍ତମ ମାଝୀ ସମସ୍ତଙ୍କ ସହଯୋଗ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବିଭିନ୍ନ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ସାମିଲ ହୋଇଥିଲେ । ବ୍ଲକ କର୍ମଚାରୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.