ବଲାଙ୍ଗିର, (କେପିଏନ୍ଏସ୍) : ରାଜ୍ୟର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଭୂମିକାର ବାର୍ଷିକ ସାଧାରଣ ବୈଠକ ବୌଦ୍ଧ ଜିଲ୍ଲା ଜହ୍ନାପଙ୍କ ନିକଟସ୍ଥ ଚାରି ଶମ୍ଭୁ ଠାରେ ଅନୁଷ୍ଠିତ ହୋଇଯାଇଛି । ଭୂମିକାର ସଭାପତି ଅଶୋକ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ବୈଠକରେ ଗତ ବର୍ଷର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ଓ ଆଗାମୀ ଦିନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ନିଷ୍ପତ୍ତି ନିଆଯାଇଛି । ସେହିପରି ଚିରାଚରିତ କାର୍ଯ୍ୟକ୍ରମ ଯେପରି ସ୍ପଟ୍ ପେଣ୍ଟିଙ୍ଗ ବିଷୁବୋତ୍ସବ ବାର୍ଷିକ ନାଟକ ସଙ୍ଗେ ଏକ ନାଟ୍ୟ କର୍ମଶାଳା ମଧ୍ୟ ଆୟୋଜନ କରାଯିବ । ସେହିପରି ଦ୍ଵିତୀୟ ପର୍ଯ୍ୟାୟରେରେ ଚଳିତ ବର୍ଷ ପାଇଁ କର୍ମର୍କା ଚୟନ କରାଯାଇଥିଲା । ଏଥିରେ ସଭାପତି ଭାବରେ ବିରେନ୍ଦ୍ର କୁମାର ବଚ୍ଛେର୍ ଉପସଭାପତି ଧର୍ମେନ୍ଦ୍ର ପ୍ରସାଦ ନନ୍ଦ, ସମ୍ପାଦକ ଜିତେନ୍ଦ୍ରିୟ ତ୍ରିପାଠୀ, ସହ ସମ୍ପାଦକ ସୋମ ନାଏକ, ସଂଯୋଜକ ସଞ୍ଜୀବ କୁମାର ମହାନ୍ତି ଓ ଜନସଂପର୍କ ଅଧିକାରୀ ରୂପେ ବ୍ୟାସଦେବ ନନ୍ଦଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଛି । ଚାରି ଶମ୍ଭୁ ମନ୍ଦିରର ପୂଜକ ସୁକାନ୍ତ କୁମାର ପାଣଗ୍ରାହୀ ଅନ୍ନ ପ୍ରସାଦ ପ୍ରଦାନ ଓ ସହଯୋଗ କରିଥିଲେ । ସେହିପରି ପ୍ରଫେସର୍ ମଧୁସୂଦନ ପତି ଓ ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆଙ୍କୁ ଉପଦେଷ୍ଟା ଭାବେ ରଖିବାକୁ ପ୍ରସ୍ତାବ ଗୃହିତ ହୋଇଥିଲା । ଶେଷରେ ଶ୍ରୀ ଅର୍ଘ୍ୟ ଅର୍ପଣ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।