
ଗଞ୍ଜାମ, (କେପିଏନ୍ଏସ୍) : ଓଡ଼ିଶା ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ଆଇସିଡିଏସ୍ ସୁପରଭାଇଜର ବି. ଉମା ପାତ୍ର ଓ ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ନୃସିଂହ ବେହେରା । ଅଙ୍ଗନବାଡି କେନ୍ଦ୍ରର ବକେୟା ଘରଭଡା ମଂଜୁର କରିବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି ଦୁଇ ସରକାରୀ କର୍ମଚାରୀ । ଭିଜିଲାନ୍ସ ବିଭାଗ ପକ୍ଷରୁ ତନାଘନା ଜାରି ରହିଥିବା ଜଣାପଡ଼ିଛି । ଉଭୟ ଅଫିସ ଓ ଘରେ ଭିଜିଲାନ୍ସ ରେଡ ଚାଲୁଥିବା ସୂଚନା ମିଳିଛି ।