କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୪ ପାଳନ ଅବସରରେ ସୋମବାର ପୂର୍ବାହ୍ନ ୧୧ଟା ସମୟରେ କଳାହାଣ୍ଡି ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ସାଧୁତାର ଶପଥ ପାଠ କରାଯାଇଥିଲା । ସ୍ଥାନୀୟ ଓସ୍ୱାନ ହଲ୍ଠାରେ ଆୱାସି ମାଧ୍ୟମରେ ସିଧାପ୍ରସାରଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ କର୍ମଚାରୀ ମାନଙ୍କୁ ଦୁର୍ନୀତି ନିବାରଣ ଉପରେ ଶପଥ ପାଠ କରାଇଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆରମ୍ଭ କରି ପ୍ରତ୍ୟେକ ବ୍ଲକର ଓସ୍ୱାନ ହଲ ସହିତ ସିଧାସଳଖ ଯୋଡିହୋଇ କର୍ମଚାରୀ ମାନେ ଶପଥ ପାଠ କରିଥିଲେ । କଳାହାଣ୍ଡି ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ନିକଟସ୍ଥ ଓସ୍ୱାନ ହଲ୍ ଠାରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବୈତାରୁ ଦୀପ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢି, କସ୍ତୁରୀ ପଣ୍ଡା, ଭାରତୀୟ ପ୍ରଶାସନିକ ସେବା ଅଧିକାରୀ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏ. କେ. ଗୁରୁ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସନ୍ତୋଷ କୁମାର ବିଶ୍ଵାଳ, ପିଏଆଇଟି ଡି. ଏ. ରାମକୃଷ୍ଣ ଗଣ୍ଡ, ଜିଲ୍ଲା ପଞ୍ଚାୟତ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକ, ଡିଏସ୍ପି, ଭିଜିଲାନ୍ସ, ଭବାନୀପାଟଣା ଶାଖା, ପ୍ରଦୀପ କୁମାର ଆଇନ୍ଦ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଡିଇଜିଏମ୍ ସଂଜୀବ କୁମାର ଚୌଧୁରୀଙ୍କ ସମେତ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦେଇ ନାଗରିକଙ୍କ ପାଇଁ ସାଧୁତାର ଶପଥ ପାଠ କରିଥିଲେ । ସେହିପରି ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟରେ ସମସ୍ତ କର୍ମଚାରୀଙ୍କୁ ବିଭାଗୀୟ ଅଧିକାରୀ ମାନେ ଶପଥ ପାଠ କରାଇଥିଲେ । ଜିଲ୍ଲାର ସମସ୍ତ ଉପଖଣ୍ଡ ଓ ବ୍ଲକ କାର୍ଯ୍ୟାଳୟରେ ଏହି ଅବସରେ ନାଗରିକଙ୍କ ପାଇଁ ସାଧୁତାର ଶପଥ ପାଠ କରାଯାଇଥିଲା । ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ବିଭାଗର ମିଳିତ ଆନୁକୁଲ୍ୟରେ ଅକ୍ଟୋବର ୩୦ ତାରିଖର ସକାଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିବ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ ଗୃହରେ ଏକ ସଚେତନତା ସଭା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେବା ପାଇଁ ସ୍ଥିର ହୋଇଥିବା ଜଣାଯାଇଛି ।
Prev Post