ଟାଟା ପାୱାର କର୍ମଚାରୀ ଟ୍ରାନ୍ସଫର୍ମର ଚୋରି କରୁଥିବା ବେଳେ ଧରିଲେ ଗ୍ରାମବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମରେ ଲାଗିଥିବା ଗୋଟିଏ ଟ୍ରାନ୍ସଫର୍ମରକୁ ଟାଟା ପାୱାର କର୍ମଚାରୀ ମାନେ ଲାଇନ୍‌ କାଟି ବିଦ୍ୟୁତ୍ ଖୁଣ୍ଟକୁ ଚଢି ଟ୍ରାନ୍ସଫର୍ମର ଖୋଲୁଥିବା ବେଳେ ଗ୍ରାମବାସୀ ମାନେ ଜାଣିପାରି ତାଙ୍କୁ ବାରଣ କରିଥିଲେ । ପ୍ରକାଶ ଥାଉ କି ଗୁରୁବାର ଦିନ ଉକ୍ତ ଟ୍ରାନ୍ସଫର୍ମରକୁ ନେବା ପାଇଁ ଡୁମେରବାହାଲ ଗ୍ରାମରୁ ଜଣେ ବ୍ୟକ୍ତି ନିଜ ଟ୍ରାକ୍ଟର ଆଣି ବିଦ୍ୟୁତ୍ ସବ ଷ୍ଟେସନ୍‌ ନିକଟରେ ରଖିଥିଲେ । ଗ୍ରାମବାସୀ ମାନେ ତାଙ୍କୁ କାହିଁକି ଟ୍ରାକ୍ଟର ଏଠାରେ ରଖିଛ ବୋଲି ପଚାରିବାରୁ ଏହି ଟ୍ରାନ୍ସଫର୍ମରଟିକୁ ମୁଁ ଟ୍ରାକ୍ଟରରେ ନେଇ ମୋ ଏଲ୍‌ଆଇ ପଏଣ୍ଟରେ ଲଗେଇବି ବୋଲି କହିଥିଲେ । ଗ୍ରାମବାସୀ ମାନେ ଆମ ଗ୍ରାମର ଟ୍ରାନ୍ସଫର୍ମର ତୁ କାହିଁକି ନେବୁ ବୋଲି କହିବାରୁ ମୁଁ ବିଦ୍ୟୁତ୍ କର୍ମଚାରୀ ମାନଙ୍କ ଠାରୁ ପଇସା ଦେଇ କିଣିକି ନେବା ପାଇଁ କଥାବାର୍ତ୍ତା ଛିଣ୍ଡି ଯାଇଛି ବୋଲି କହିଥିଲେ । ଏହି ଦିନ ବହୁତ୍ ବର୍ଷା ହେବାରୁ କର୍ମଚାରୀ ମାନେ ଟ୍ରାନ୍ସଫର୍ମର ଖୋଲି ପାରି ନଥିଲେ । ଶୁକ୍ରବାର ଦିନ ସକାଳ ୯ଟା ସମୟରେ ସବ୍ ଷ୍ଟେସନ୍‌ ଉପରକୁ ଚଢି ତିନି ଗୋଟି ଫେଜ୍‌କୁ କେବୁଲରେ ସଂଯୋଗ କରି ଟ୍ରାନ୍ସଫର୍ମର ଠିକ୍ ଅଛି କି ନାହିଁ ତାହା ଯାଞ୍ଚ କରିଥିଲେ ଏବଂ ଲାଇନ୍‌କୁ ପୁଣି କାଟି ଦେଇ ଟ୍ରାନ୍ସଫର୍ମରକୁ ଉପରୁ ତଳକୁ ଆଣିବା ପାଇ ଖୋଲା ଖୋଲି ଆରମ୍ଭ କରିଥିଲେ । ଏହା ଦେଖି ଗ୍ରାମବାସୀ କର୍ମଚାରୀ ମାନଙ୍କ ସହ ଝଗଡା କରି ଟ୍ରାନ୍ସଫର୍ମର ଦେବାକୁ ବାରଣ କରିଥିଲେ । କିଛି ସମୟ ପରେ ପାଇକମାଲ ବିଦ୍ୟୁତ୍ ବିଭାଗ ଜେଇ ପ୍ରକାଶ ସିଂ ଘଟଣାସ୍ଥଳରେ ପହଞ୍ଚିବା କ୍ଷଣି ଗ୍ରାମବାସୀ ତୁମେ କାହିଁକି ଆମ ଗ୍ରାମର ଟ୍ରାନ୍ସଫର୍ମରକୁ ବିକୁଛ ୨ ଦିନ ହେଲା ଏହି ଟ୍ରାକ୍ଟରଟି ଟ୍ରାନ୍ସଫର୍ମର ନେବା ପାଇଁ ଆସିଛି ତୁମକୁ ଆମେ ଟ୍ରାନ୍ସଫର୍ମର ବିକିବାକୁ ଦେବୁ ନାହିଁ ବୋଲି ଗ୍ରାମବାସୀ ଜିତ ଧରି ବସିଥିଲେ । ପରବର୍ତ୍ତୀ ସମୟରେ ଗ୍ରାମବାସୀ ସାମ୍ବାଦିକ ମାନଙ୍କୁ ଘଟଣା ବିଷୟରେ ଅବଗତ କରାଇ ଘଟଣାର କିଛି ଭିଡିଓ ଫୁଟେଜ୍‌ ପଠାଇଥିଲେ । ଏଠାରେ ଦୁଇ ଗୋଟି ଟ୍ରାନ୍ସଫର୍ମର ଲାଗିଛି, ଦୀର୍ଘ ଦିନ ହେଲା ଗୋଟିଏ ଟ୍ରାନ୍ସଫରମରର କେବୁଲ ପୋଡି ଯିବାରୁ ଉକ୍ତ ବିକ୍ରି କରାଯାଉଥିବା ଟ୍ରାନ୍ସଫର୍ମେର ପଡିରହିଥିଲା ଓ ଅନ୍ୟ ଗୋଟିଏ ଟ୍ରାନଫର୍ମରରୁ ଗାଁ ର ସମସ୍ତ ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ଘରୋଇ ଲାଇନ ସଂଯୋଗ କରି ଦିଆଯାଇଥିଲା, ଲୋକେ ଜାଣି ପାରିବେ ନାହିଁ ବୋଲି ବିଦ୍ୟୁତ୍‌ କର୍ମଚାରୀ ଓ ଜେଇ ମିଶି ଏହି ପଡି ରହିଥିବା ଟ୍ରାନ୍ସଫର୍ମରକୁ ପ୍ରଥମେ ଟେଷ୍ଟିଙ୍ଗ କରି ଭେଙ୍ଗରାଜପୁର ଗ୍ରାମରେ ଲାଗିବ ବୋଲି କହି ଡୁମେରବାହାଲ ଗ୍ରାମର ଜଣେ ଲୋକଙ୍କ ପାଖରେ ବିକ୍ରି କରାଯାଉଥିବା ସରକାରୀ ଜିନିଷ କେତେ ଯୁକ୍ତି ଯୁକ୍ତ ଏହା ଉପରିସ୍ଥ କର୍ମଚାରୀ ଦୃଷ୍ଟି ଦେଇ ଏହାର ଶୀଘ୍ର ତଦନ୍ତ କରାଯାଉ ବୋଲି ଇଛାପୁର ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗ୍ରାମରେ ସାଧାରଣ ଜନତା ଯଦି ବିଦ୍ୟୁତ୍ ଚୋରି କରି ଘରେ ବ୍ୟବହାର କରୁଛନ୍ତି ତାହେଲେ ଟାଟା ପାୱାର ତାଙ୍କ ଉପରେ ଲକ୍ଷ ଲକ୍ଷ ଟଙ୍କା ଜରିମାନା କରୁଛି କିନ୍ତୁ ବିଦ୍ୟୁତ୍ ବିଭାଗ ଜେଇ ପ୍ରକାଶ ସିଂ ନିଜେ ଚଞ୍ଚକତା କରି ବିଭିନ୍ନ ଆଳ ଦେଖାଇ ଚକ୍ରାନ୍ତ କରି ଟ୍ରାନ୍ସଫର୍ମର ବିକ୍ରି କରୁଥିବା ଜେଇ ଉପରେ ଟାଟା ପାୱାର କେତେ ଲକ୍ଷ ଟଙ୍କା ଜରିମାନା କରୁଛି ଏହା ଦେଖିବାକୁ ବାକି ରହିଲା । ଏହି ଘଟଣାଟିକୁ ଉଚ୍ଚ ପଦସ୍ଥ ଅଧିକାରୀ ତଦନ୍ତ କରି ଦୋଷୀକୁ ଦଣ୍ଡ ପ୍ରଦାନ କରନ୍ତୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.