oom

ବନ୍ଧପଡ଼ା ମଣ୍ଡଳ ସ୍ତରୀୟ ବିଜେପିର କାର୍ଯ୍ୟକାରିଣୀ ବୈଠକ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ୧୨ଟା ସମୟରେ ଦେଓଗାଁ ବ୍ଳକ ବନ୍ଧପଡ଼ା ମଣ୍ଡଳ ସ୍ତରୀୟ ବିଜେପିର କାର୍ଯ୍ୟକାରିଣୀ ବୈଠକ ବନ୍ଧପଡ଼ା ସ୍ଥିତ କଲ୍ୟାଣ ମଣ୍ଡପରେ ମଣ୍ଡଳ ସଭାପତି ବାସୁଦେବ ସିଂନିନାଙ୍କ ସଭାପତିତ୍ୱରେ ଅନୁ‌ଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଲାଙ୍ଗିର ଜିଳ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି, ଗତ ବିଧାନ ସଭାରେ ନିର୍ବାଚନରେ ବଲାଙ୍ଗିର ବିଧାୟକ ପ୍ରାର୍ଥି ହୋଇଥିବା ଅନନ୍ତ ଦାଶ, ଦେଓଗାଁ ଓ ବଲାଙ୍ଗିର ବ୍ଳକ ସାଂସଦ ପ୍ରତିନିଧୀ ଯଥାକ୍ରମେ ଅମିତ ସିଂନିନା, ରାକେଶ ମିଶ୍ର, ଜିଳ୍ଲା ଯୁବମୋର୍ଚ୍ଚା ଉପ ସଭାପତି ଭୋଲାନାଥ ସାହୁ, ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସାହୁ ପ୍ରମୁଖ ଉପସ୍ଥିତ ଥିବା ବେଳେ ବରିଷ୍ଠ ବିଜେପି ନେତା ଶଶିଭୂଷଣ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ମଞ୍ଚସୀନ ଅତିଥିମାନେ କେନ୍ଦ୍ର ସରକାରଙ୍କ ଯୋଜନାକୁ ପ୍ରତି ଗାଁ, ପଞ୍ଚାୟତ ଓ ବ୍ଳକର ଘରେ ଘରେ ପହଞ୍ଚାଇବାକୁ ଆହ୍ୱାନ କରିଥିବା ବେଳେ ରାଜ୍ୟ ସରକାର କେନ୍ଦ୍ରର ଅନୁଦାନକୁ ନେଇ ବାହାସ୍ପୋଟ ମାରୁଛି, ତେଣୁ ପ୍ରତ୍ୟେକ ହିତାଧିକାରୀର ଆଖି ଖୋଲି ଦେବାକୁ ମତ ପ୍ରକାଶ କରିଥିଲେ । ଅନ୍ୟ ପକ୍ଷରେ ଆଗାମୀ ଦିନରେ ଦେଓଗାଁ ବଳକରେ ବିଜେପି ଅଧ୍ୟକ୍ଷ ଆସନ ଦଖଳ କରିବା ସହ ବ୍ଳକ ଅଧିନରେ ଥିବା ୨ଟି ଜିଳ୍ଲାପରିଷଦ ଆସନକୁ ବିଜେପି ସପକ୍ଷରେ ନେବାକୁ ବର୍ତ୍ତମାନ ଠାରୁ ପ୍ରସ୍ତୁତ ହୋବାକୁ ଆହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପିତାମ୍ବର ପଧାନ, ସୁରେଶ ଭୋଇ ରଘୁନାଥ କ୍ଷେତି, ଯୁଗେଶ୍ୱର ସାହୁ, ଲୋକନାଥ ଭୋଇ, ଯଶୋବନ୍ତ ଧରୁଆ, ରାଧେଶ୍ୟାମ ରାଉତ, ଚିତ୍ରସେନ ପଧାନ ସହ ଶତାଧିକ ବିଜେପି କର୍ମୀ ଉପସ୍ଥିତି ଥିଲେ ।

jittmm
Leave A Reply

Your email address will not be published.