pakka

ହାର୍ଡକୋର୍‌ ମାଓବାଦୀ ସହଯୋଗୀ ଗିରଫ୍‌

bbehera

ପାଟଣାଗଡ, (କେପିଏନ୍‌ଏସ୍‌) : ଜଣେ ହାର୍ଡକୋର୍‌ ମାଓବାଦୀ ସହଯୋଗୀ ଗିରଫ୍‌ ହୋଇଥିବା ପାଟଣାଗଡ଼ ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା ସୂଚନା ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ ଲାଠୋର ଥାନା ଅନ୍ତର୍ଗତ ଝାଲବାହାଲ ଗ୍ରାମର ହାର୍ଡକୋର୍‌ ମାଓବାଦୀ ସହଯୋଗୀ ଦୁର୍ଯ୍ୟୋଧନ ବରିହା(୪୦) ପୋଲିସ ଦ୍ୱାରା ଗିରଫ୍‌ ହୋଇଛି । ଗିରଫ୍‌ ଅଭିଯୁକ୍ତ ୨୦୧୩ ମସିହାରୁ ବଲାଙ୍ଗିର-ବରଗଡ଼-ମହାସମୁନ୍ଦ(ବିବିଏମ୍‌) ଡିଭିଜନ୍‌ ମାଓବାଦୀ ସଂଗଠନ ପାଇଁ ବେନ୍ଦେର, କାଣ୍ଡେଲ ଓ ଗନ୍ଧମାର୍ଦ୍ଦନ ପାହାଡ଼ିଆ ଅଂଚଳରେ କାମ କରୁଥିବା ବେଳେ ସେ ମାଓବାଦୀମାନଙ୍କୁ ମେଡ଼ିସିନ ଯୋଗାଇବା ସହ ଚିକିତ୍ସା ସୁବିଧା ପ୍ରଦାନ କରି ଆଶ୍ରୟ ଦେଇ ଆସୁଥିଲା । ସଂପୃକ୍ତ ବିବିଏମ୍‌ ଡିଭିଜନ୍‌ର ମୁଖ୍ୟ ବିକାଶ ଓରଫ୍‌ ସୁଦର୍ଶନ ପାଇଁ ବିଭିନ୍ନ ଆବଶ୍ୟକ ସାମଗ୍ରୀ ତଥା ଟଙ୍କା ନେବା ଆଣିବା କାମରେ ନିୟୋଜିତ ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ୨୦୧୯ରେ ତ୍ରିଲୋଚନ ତରିଆ ହତ୍ୟାକାଣ୍ଡରେ ତାର ସଂପୃକ୍ତ ଥିବା ବେଳେ ଗତବର୍ଷ ମାଓବାଦୀ ଓ ପୋଲିସ ମଧ୍ୟରେ ହୋଇଥିବା ଗୁଳିକାଣ୍ଡରେ ଆହତ ମାଓବାଦୀ ରମେଶକୁ ସେ ଆଶ୍ରୟ ଦେଇଥିବା ସୂଚନାରେ କୁହାଯାଇଛି । ତେବେ ତାକୁ ଗିରଫ୍‌ କରାଯିବା ବେଳେ ତା’ଠାରୁ ବହୁ ପରିମାଣରେ ବୁକ୍‌ଲେଟ୍‌, ଲିଫ୍‌ଲେଟ୍‌, ମାଓ ପୋଷ୍ଟର ପୋଲିସ ଜବତ୍‌ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଆଜି ସକାଳୁ ତାକୁ ଗିରଫ୍‌ କରାଯାଇଛି ଏବଂ ଲାଠୋର ଥାନା କେସ୍‌ ନଂ.୪୦/୯୧ ଆଧାରରେ କୋର୍ଟ ଚାଲାଣ କରାଯାଇଛି । ସେ ଏବେ ଜେଲ୍‌ କସ୍‌ଟଡ଼ିରେ ରିମାଣ୍ଡରେ ରହିଥିବା ସୂଚନା ଦିଆଯାଇଛି ।

jay balangir
Leave A Reply

Your email address will not be published.

1 + 12 =

error: Content is protected !!