pakka

ଟ୍ରାକ୍ଟର ଓଲଟି ଯୁବକଙ୍କ ମୃତ୍ୟୁ

bbehera

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଆଜି ସକାଳୁ ଟିଟିଲାଗଡ ଥାନା ଅନ୍ତର୍ଗତ ବାଞ୍ଜିପଦର ଗ୍ରାମରେ ଥିବା ଏକ କ୍ଷେତରେ ମାଟି ସଜାଡୁଥିବା ସମୟରେ ଟ୍ରାକ୍ଟର ଓଲଟି ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ଟିଟିଲାଗଡ ସହର ସ୍ଥିତ ବ୍ଲକ ପଡ଼ାର ଭଜମନ ବଗର୍ତ୍ତିଙ୍କ ପୁଅ ଶ୍ରୀନିବାସ ବଗର୍ତ୍ତି ବୋଲି ଜଣାପଡିଛି । ସେ ଆଜି ସକାଳୁ ବାଞ୍ଜିପଦର ସ୍ଥିତ ନିଜ କ୍ଷେତରେ ମାଟି ସଜାଡୁଥିବା ବେଳେ ସେ ଚଳାଉଥିବା ଟ୍ରାକ୍ଟର ଓଲଟି ପଡିଥିଲା, ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କୁ ଟିଟିଲାଗଡ ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗତ ତିନି ବର୍ଷ ପୂର୍ବେ ବିବାହ କରିଥିବା ବେଳେ ବର୍ତ୍ତମାନ ଘରେ ତାଙ୍କର ସ୍ତ୍ରୀ ଓ ଦୁଇ ବର୍ଷର ଶିଶୁ ଟିଏ ଅଛି । ଟିଟିଲାଗଡ଼ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିବେ ବୋଲି ଜଣାପଡିଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।

jay balangir
Leave A Reply

Your email address will not be published.

sixteen − 15 =

error: Content is protected !!