jayashree

ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସବୁଜ ସଂକଳ୍ପ : ଟାଉନ୍ ବାଳକ ଉଚ୍ଚ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

  • ଶିକ୍ଷାନୁଷ୍ଠାନ ଗୁଡ଼ିକୁ ସବୁଜିମାରେ ସଜାଇବାକୁ ଆହ୍ୱାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ସ୍ଥାନୀୟ ଟାଉନ୍ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସୁନ୍ଦର ବୃକ୍ଷରୋପଣ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ​ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ, ସମ୍ମାନିତ ଅତିଥି ବଲାଙ୍ଗିର ପୌର ପରିଷଦ ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଏବଂ ବଲାଙ୍ଗିର ସଦର ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ ପ୍ରମୁଖ ଯୋଗଦେଇ ନିଜ ହାତରେ ବୃକ୍ଷରୋପଣ କରିବା ସହ ଅନ୍ୟମାନଙ୍କୁ ପରିବେଶ ସୁରକ୍ଷା ପାଇଁ ଉତ୍ସାହିତ କରିଥିଲେ । ​ଏହାସହ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, କୋମଳମତି ଛାତ୍ର ଏବଂ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସମସ୍ତ ସଦସ୍ୟ-ସଦସ୍ୟାଙ୍କ ସହିତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଆଗ୍ରହର ସହ ଅଂଶଗ୍ରହଣ କରି ଗଛ ଲଗାଇଥିଲେ । ​​କେବଳ ବୃକ୍ଷରୋପଣରେ ଏହି କାର୍ଯ୍ୟକ୍ରମ ସୀମିତ ନଥିଲା, ପରିବେଶ ସଚେତନତା ସୃଷ୍ଟି କରିବା ସହ ଲଗାଯାଇଥିବା ଗଛଗୁଡ଼ିକର ସଠିକ୍ ଯତ୍ନ ଓ ରକ୍ଷଣାବେକ୍ଷଣ ନେବା ପାଇଁ ସଂଗଠନ ପକ୍ଷରୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ବିଦ୍ୟାଳୟ ପରିସରରେ ଆହୁରି ଅଧିକ ଫଳପ୍ରଦ ଓ ଉପଯୋଗୀ ବୃକ୍ଷରୋପଣ କରାଯିବା ନେଇ ଏକ ସୁନ୍ଦର ଯୋଜନା ପ୍ରସ୍ତୁତ କରାଯାଇଛି ।

Leave A Reply

Your email address will not be published.