ବଡମାଲ ଗୋଳାବାରୁଦ କାରଖାନାରେ ବଡ଼ ଧରଣର ଭୟଙ୍କର ବିସ୍ଫୋରଣ

ସଇଁନ୍ତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଅନ୍ତର୍ଗତ ବଡମାଲ ଗୋଳାବାରୁଦ କାରଖାନାରେ ବଡ଼ ଧରଣର ଭୟଙ୍କର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଗୋଳାବାରୁଦ କାରଖାନାର ୧୨ ନମ୍ବର ୟୁନିଟ୍‌ ଗୋଦାମ ଗୃହରେ ଏହି ବିସ୍ଫୋରଣ ଘଟିଥିବା ବେଳେ ଧନ ଜୀବନ କ’ଣ କ୍ଷୟକ୍ଷତି ହୋଇଛି ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଘଟଣା ସ୍ଥଳରେ ଗୋଳାବାରୁଦ କାରଖାନାର ଜିଏମ୍‌ଙ୍କ ସହ ଅନ୍ୟ ଅଧିକାରୀମାନେ ପହଂଚିଥିବା କୁହାଯାଉଛି । ବିସ୍ଫୋରଣ ଏତେ ଜୋର୍‌ ଥିଲା ଯେ କିଲୋମିଟର କିଲୋମିଟର ଧରିି ଅଂଚଳରେ ନିଆଁ ଜଳିବା ପରି ରଂଗ ଆକାଶରେ ଖେଳିଯାଇଥିବା ଦେଖଣାହାରୀ ମାନେ କହୁଛନ୍ତି । ଅଂଚଳର ଲୋକେ ଏଭଳି ବିସ୍ଫୋରଣ ଦେଖି ଭୟଭୀତ ହୋଇ ପଡ଼ିଥିବା କୁହାଯାଉଛି । ତେବେ ଗୋଦାମ ଗୃହରେ କେତେ ପରିମାଣର ବିସ୍ଫୋରୋକ ଥିଲା ଏବଂ କେଉଁ ପରିସ୍ଥିତିରେ ବିସ୍ଫୋରଣ ଘଟିଛି, ସେ ସଂପର୍କରେ ବର୍ତ୍ତମାନ ପର୍ଯ୍ୟନ୍ତ ସୂଚନା ମିଳିନାହିଁ । ଘଟଣା ସ୍ଥଳରେ ଅଧିକାରୀମାନେ ପହଂଚି ଅନୁଧ୍ୟାନ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.

three − two =