ସରକାରଙ୍କ ଯୋଜନା ଗୁଡିକୁ ପାରମ୍ପରିକ ଲୋକକଳା ମାଧ୍ୟମରେ ପ୍ରଚାର ପ୍ରୟାସ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ବ୍ଲକର ୩୧ ଗୋଟି ବ୍ଲକ ସାଂସ୍କୃତିକ ଦଳ ପଞ୍ଜୀକୃତ ହୋଇଥିଲେ । ସେମାନେ ଛତ୍ରପୁର ବ୍ଲକର ୧୮ ଗୋଟି ପଞ୍ଚାୟତ ବୁଲି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାମାନ ଲୋକମାନଙ୍କ ପାଖରେ ପହଞ୍ଚେଇବା ପାଇଁ ବିହିତ ପଦକ୍ଷେପ ନିଆଯାଇଛି । ଚଳିତ ତା- ୦୫.୦୨.୨୦୨୪ ରିଖଠାରୁ ତା -୧୬.୦୨.୨୦୨୪ ରିଖ ମଧ୍ୟରେ ପାରମ୍ପରିକ ଲୋକ କଳା ମାଧ୍ୟମରେ ଯଥା- ଚଢ଼େୟା ନାଚ, ସଂକୀର୍ତ୍ତନ ମଣ୍ଡଳୀ, ଗୌଡ଼ ଗଉଡ଼ଣୀ, ସାପୁଆ ସାପୁଆଣୀ, ଡୁବୁଡୁବା, ପୋଲିସ, ଜଗୁଆଳି ଭଳି ବେଶ ଧାରଣ କରି ବିଭିନ୍ନ ପାରମ୍ପରିକ ନୃତ୍ୟ ପରିବେଷଣ କରି ଲୋକଙ୍କୁ ଅବଗତ କରାଯାଇଛି । ଏହି ପ୍ରୟାସ ଯାହାକି ରାଜ୍ୟ ସରକାରଙ୍କ ଯୋଜନା ଗୁଡିକୁ ଜନସାଧାରଣଙ୍କ ଠାରେ ଅବଗତ କରାଇବା ନିମନ୍ତେ ନୃତ୍ୟ ଓ ଗୀତ ମାଧ୍ୟମରେ କଳାକାରମାନେ ପରିବେଷଣ କରି ଲୋକମାନଙ୍କ ପାଖରେ ପହଞ୍ଚାଇଥିଲେ ।

Leave A Reply

Your email address will not be published.

4 × 4 =