csstore

ସରକାରୀ ମହିଳା ମହାବିଦ୍ୟାଳୟରେ କନ୍ୟା ସନ୍ତାନ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟରେ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି । ଯୁକ୍ତଦୁଇ ଓ ଯୁକ୍ତତିନି ଏନ୍‌ଏସ୍‌ଏସ୍‌ ପକ୍ଷରୁ ଏକ ଆଭାସୀ ସଭା ଅନୁଷ୍ଠିତ ହୋଇଥିବା ବେଳେ ଅଧ୍ୟକ୍ଷ ମନୋରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଭୁବନେଶ୍ୱରର ରାଜା ମଧୁସୂଦନ ଦେବ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ଅଧ୍ୟାପିକା ଗାର୍ଗୀ ବାନାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କନ୍ୟା ସନ୍ତାନର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଭାବେ ସରକାରୀ ମହିଳା ମହାବିଦ୍ୟାଳୟ ଅଧ୍ୟାପକ ତଥା ଏନ୍‌ଏସ୍‌ଏସ୍‌ ଜିଲ୍ଲା ସଂଯୋଜକ ହେମନ୍ତ କୁମାର ମଲ୍ଲିକ ଯୋଗ ଦେଇଥିଲେ । ଏଥିରେ ନାରୀ ଶିକ୍ଷା ଏବଂ ନାରୀ କର୍ତ୍ତବ୍ୟ ଉପରେ ବିଶେଷ ଆଲୋଚନା ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରୀତିମୟୀ ଭୁଏ, ପ୍ରିୟାଶ ପ୍ରିୟଦର୍ଶିନୀ ତ୍ରିପାଠୀ, ପୂଜା ଶତପଥୀ, ରୁନୁପମା ମହାପାତ୍ର, ଶମ୍ଭୁ ପ୍ରସାଦ ମିଶ୍ର, ସନ୍ତୋଷିନୀ ମେହେର, ଶାଶ୍ୱତ ସିଂ ଶ୍ରଦ୍ଧାଞ୍ଜଳି ସିଂ ସିମ୍ରନ୍‌ ହୋତା, ସ୍ନେହା ନାୟକ, ସୋହିନୀ ଭୋଇ, ସୌମ୍ୟଶ୍ରୀ ସାହୁ, ସୁଚିତ୍ରା ଧାରୁଆ, ତମନ୍ନାରାଣୀ ସେଠୀ, ଉର୍ମିଳା ପଟେଲ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଶ୍ରୀ ମଲ୍ଲିକଙ୍କ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.