pr

ରାଜବୋଡାସମ୍ବର ଧନୁଯାତ୍ରା : ପୁତନା ନିଧନରେ କଂସ ମର୍ମାହତ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ୍ ଗୋଇବାହଲି ଠାରେ ହେଉଥିବା ସପ୍ତମ ରାଜବୋଡାସମ୍ବର୍ ଧନୁଯାତ୍ରା ମହୋତ୍ସବର ଚତୁର୍ଥ ଦିବସରେ ଗୋପପୁର କେର୍ମେଲାବାହାଲରେ ଦିବା ୧୦ଟା ରୁ ୪ ମଧ୍ୟରେ ଗୋପାଳିଲା ପରାୟଣ ଅନୁଷ୍ଠିତ କାର୍ଯ୍ୟକ୍ରମ ସହ ସମସ୍ତ ଭକ୍ତଙ୍କ ପାଇଁ ପ୍ରତିଦିନ ଅନ୍ନ ଭୋଗର ବ୍ୟବସ୍ଥା କରାଯାଇଛି । ପରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଓ କଂସ ପ୍ରେରିତ ପୁତନା ବଧ ଦୃଶ୍ୟ ଅଭିନୀତ ହୋଇଥିଲା । ସଂନ୍ଧ୍ୟା ୭ଟା ରେ କମିଟି ପକ୍ଷରୁ ରକ୍ତଦାନ ଶିବିର ଉଦ୍‌ଘାଟିତ ହୋଇଥିଲା । ତତ୍ପରେ ମଥୁରା ରାଜ ଦରବାରରେ ପୁତନା ନିଧନରେ କଂସ ମର୍ମାହତ ହୋଇ ନାରଦଙ୍କ ପରାମର୍ଶରେ ନଳା, ଶକଟା, ତୃଣା, ଧେନୁ, ଷଣ୍ଢ ସୁର ଆଦିଙ୍କୁ ଗୋପପୁର ପ୍ରେରଣ କରିଥିଲେ । ଉକ୍ତ ଦରବାରରେ ରାଜ ଅତିଥି ଭାବେ ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ବରଗଡ଼ ଗୌରହରି ମିଶ୍ର, ବିଜୟ ଲଷ୍ମୀ ଛଟେଇ, ଗାଇସିଲେଟ ବ୍ଲକ ଅଧ୍ୟକ୍ଷ ପ୍ରଣୟ ସାହୁ, ବରିଷ୍ଠ ସମାଜସେବୀ ରଞ୍ଜନ କୁମାର ପଣ୍ଡା, ଯୋଗେଶ୍ୱର ବେସରା ଏବଂ ଓକିଲ ସଂଘ ପଦ୍ମପୁର ସମେତ ଅନ୍ୟାନ ଅଥିତିମାନେ ଯୋଗ ଦେଇଥିଲେ । ପରେ ଦରବାରରେ ମା ସଂସ୍କୃତି କର୍ମା ନୃତ୍ୟ, ସୁନ୍ଦରଗଡ଼ ଏବଂ ମାଁ ତାରିଣୀ ଆଦିବାସୀ ନୃତ୍ୟ, ବନେଇର କଳାକାର ମାନେ ନୃତ୍ୟ ପରିବେଷଣ କରଥିଲେ ।

nrusinghnath
Leave A Reply

Your email address will not be published.