ସନ୍ଦେହଜନକ ଅବସ୍ଥାରେ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଠାବ

ଜଳେଶ୍ୱର : ସନ୍ଦେହଜନକ ଅବସ୍ଥାରେ RWSSର କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଠାବ । ମୃତକ ଜଣକ ବାଲିଆପାଳ ବ୍ଳକ RWSSର କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ନାୟକ ବୋଲି ଜଣାପଡିଛି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଳକ RWSSରେ ସଞ୍ଜୟ କୁମାର ନାୟକ କନିଷ୍ଠ ଯନ୍ତ୍ରୀ ହିସାବରେ କାମ କରି ଆସୁଥିଲେ । ସଞ୍ଜୟ କୁମାର ନାୟକ ସରକାରୀ ବାସଭବନରେ ରହୁଥିଲେ । ସବୁଦିନ ପରି ନିଜର କାମ ସାରି ଶନିବାର ରାତିରେ ଯନ୍ତ୍ରୀ ଜଣକ ଖାଇବା ପରେ ଶୋଇବାକୁ ଯାଇଥିଲେ । ଆଜି ସକାଳୁ ବହୁ ବିଳମ୍ବ ଯାଏଁ କନିଷ୍ଠ ଯନ୍ତ୍ରୀଙ୍କ କବାଟ ଖୋଲିନଥିଲେ କି କୌଣସି ଫୋନ୍‌ ମଧ୍ୟ ରିସିଭ୍‌ କରିନଥିଲେ । ଶେଷରେ ବାଧ୍ୟ ହୋଇ ସାଥି କର୍ମଚାରୀମାନେ କବାଟ ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲେ । ଘରେ ପଶି ଦେଖିଲା ବେଳକୁ ବିଛଣା ଉପରେ କନିଷ୍ଠ ଯନ୍ତ୍ରୀ ପଡିଥିଲେ । ଏହା ଦେଖି ତୁରନ୍ତ ସାଥୀ କର୍ମଚାରୀ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ସଞ୍ଜୟ କୁମାରଙ୍କ ହାଟରେ ଏକ କଟା ଚିହ୍ନ ରହିଛି । ତେଣୁ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ବାଲିଆପାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ନେଇ ସଠିକ୍‌ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.

two × 5 =