pakka

କନ୍ଧପାଲିପଡା ରାସ୍ତା ଶୋଚନୀୟ : ଲୋକେ ହନ୍ତସନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ୱାର୍ଡ ନଂ. ୨ ଅନ୍ତର୍ଗତ କନ୍ଧପାଲି ପଡାର କଲେଜଛକରୁ ପଡାକୁ ଯାଇଥିବା ତଥା ଫକୀର କିରାନା ଦୋକାନ ସାମ୍ନାରେ ରାସ୍ତାରେ ବଡ ବଡ ଗାତ ହେବା ସହ ଅତି ଶୋଚନୀୟ ହୋଇପଡିଛି । ବର୍ଷା ଦିନରେ ଏହି ଗାତରେ ପାଣି ଜମା ହେବା ଫଳରେ ଅନେକ ଲୋକଙ୍କ ଦୁର୍ଘଟଣା ମଧ୍ୟ ଘଟୁଛି । ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଲୋକ ଯିବା ଆସିବା କରିଥାନ୍ତି । ତେବେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିବାରୁ ପଡାବାସୀ ସହ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ରାସ୍ତା ମରାମତି ପାଇଁ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଉ ବୋଲି ଜନସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

4 × five =