om academy

କନକ ଦୁର୍ଗା ନାମଯଂଜ୍ଞ ମଣ୍ଡପ ପ୍ରତିଷ୍ଠା ଉତ୍ସବ

jsm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଖଟୁଆ ଗ୍ରାମ ସ୍ଥିତ ମା’ କନକ ଦୁର୍ଗା ମନ୍ଦିର ନାମଯଂଜ୍ଞ ପ୍ରତିଷ୍ଠା ଉତ୍ସବ ଗତ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ହୋମଯଂଜ୍ଞ ଅନୁଷ୍ଠିତ ହୋଇଥିଲା । ଏଥିରେ କର୍ତା ଭାବେ ଶବର କୁମାର ତରାଇ ଓ ତାଙ୍କ ସହ ଧର୍ମଣୀ ଶୈଳେନ୍ଦ୍ରି ତରାଇ ପ୍ରତିଷ୍ଠା ଉତ୍ସବର ହୋମ କାର୍ଯ୍ୟ ତୁଲାଇ ଥିଲେ । ଗ୍ରାମ୍ୟ ପୂଜକ ଫକୀର ମୋହନ ଦାସ ଏବଂ ପଣ୍ଡିତ ପୀତବାସ ପଣ୍ଡାଙ୍କ ଦ୍ୱାରା ହୋମ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା । ଗ୍ରାମ୍ୟ କମିଟି ସଭାପତି ବୃନ୍ଦାବନ ପ୍ରଧାନ, ରଘୁନାଥ ସାହୁ, ସଞ୍ଜୟ ତରାଇ, ଭାସ୍କର ସାହୁ, ବିପ୍ର ସାହୁଙ୍କ ସମେତ ଗ୍ରାମବାସୀ ଏହାର ପରିଚାଳନା କରିଥିଲେ । ମା’ଙ୍କ ନବରାତ୍ର ପୂଜା ନିମନ୍ତେ ଅଷ୍ଟମୀରେ ନାମଯଂଜ୍ଞ ଅନୁଷ୍ଠିତ ହେବ ବୋଲି ଗ୍ରାମ୍ୟ କମିଟି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.