ମେଣ୍ଡାରେ ଆନ୍ତର୍ଜାତିକ ଡାକ ଦିବସ ପାଳିତ

ତରଭା, (ପୁସ୍ତମ୍ ଯୁଆଡି) : ଆନ୍ତର୍ଜାତୀୟ ଡାକ ଦିବସ ଉପଲକ୍ଷେ ମେଣ୍ଡାରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ଡାକ ଦିବସ ପାଳନ କରାଯାଇଛି । ଏଥିରେ ମେଣ୍ଡା ଡାକ ମାଷ୍ଟର ଦେବରାଜ ମହାନ୍ତି, ଶିକ୍ଷକ ନରେନ୍ଦ୍ର ଝାଙ୍କର, ଛାତ୍ରୀ ଝରଣା, ଅର୍ଚନା, ଟିଙ୍କି, ଦାମିନି, ସିମରନ, ବର୍ଷା, ଶିବାନୀ, ପୂର୍ଣ୍ଣିମା, ଜ୍ୟୋତ୍ସ୍ନା, ଛାତ୍ରମାନଙ୍କ ମଧ୍ୟରେ ବିଜୁ, ରୁପେଶ, ଦଧି ଓ ଅନ୍ୟାନ୍ୟ ଛାତ୍ରଛାତ୍ରୀ ଏଥିରେ ଭାଗ ନେବା ସହିତ ୩୦ଟି ଚିଠି ଲେଖି ଡାକ ବାକ୍ସରେ ପକାଇ ଥିଲେ । ବର୍ତ୍ତମାନର ମୋବାଇଲ ଯୁଗରେ ଡାକ ସେବାର ମହତ୍ତ୍ଵ ଓ ଗୁରୁତ୍ଵ ଆଜିର ଶିଶୁ ଓ ଯୁବ ଗୋଷ୍ଠୀମାନଙ୍କୁ ସଚେତନ କରାଇବା ପାଇଁ ଏହି ପ୍ରୟାସ କରାଯାଇ ଥିଲା । ପୋଷ୍ଟ କାର୍ଡ, ଲଫାଫା, ପୋଷ୍ଟାଲ୍ ବ୍ୟାଙ୍କ, ଷ୍ଟାମ୍ପ ଆଦି କାର୍ଯ୍ୟ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ନରେନ୍ଦ୍ର ଝଙ୍କାର ଓ ଦେବରାଜ ମହାନ୍ତି ସୁନ୍ଦର ଭାବେ ବୁଝାଇ ଥିଲେ ।

Leave A Reply

Your email address will not be published.

five × 1 =