pakka

ଏପ୍ରିଲ ୧କୁ କଳା ଦିବସ ରୂପେ ପାଳନ କଲା ମିଳିତ କୋଶଲ କ୍ରିୟାନୁଷ୍ଠାନ କମିଟି

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଶଲ ରାଜ୍ୟ ସମନ୍ୱୟ ସମିତି, କୋଶଲ ସେନା, କୋଶଲ ମୁକ୍ତି ମୋର୍ଚ୍ଚା, ବିଭିନ୍ନ ଯୁବ ସଂଗଠନ, ସାମାଜିକ ଓ ସାଂସ୍କୃତିକ ସଂଗଠନକୁ ନେଇ ଆଜି ବଲାଙ୍ଗିରରେ ଏପ୍ରିଲ୍‌ ୧କୁ କଳା ଦିବସ ଭାବେ ପାଳନ କରାଯାଇଛି । ସ୍ଥାନୀୟ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବରିଷ୍ଠ କୋଶଲବାଦୀ ନେତା ବିକ୍ରମ ବହିଦାର କଳାପତାକା ଉତ୍ତୋଳନ କରି ପ୍ରତିବାଦ ସଭାକୁ ଉଦ୍‌ଘାଟନ କରିଥିଲେ । ସମସ୍ତେ କଳା ବ୍ୟାଚ ପରିଧାନ କରି ଉତ୍କଳ ଜନନୀ କ୍ୟାସେଟକୁ ଭାଙ୍ଗିଥିଲେ । ଏହି ଅବସରରେ କୋଶଲବାଦୀ ନେତା ତଥା ଶିକ୍ଷାବିଦ୍‌ ମନୋରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ଏହି ପ୍ରତିବାଦ ସଭା ଆୟୋଜିତ ହୋଇଥିଲା । କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ ମିଶ୍ର ସାରା କୋଶଳାଞ୍ଚଳରେ କୋଶଲବାଦୀମାନେ ଗୋଟିଏ ବ୍ୟାନର ତଳେ ସମବେତ ହୋଇ କୋଶଲ ରାଜ୍ୟ ପାଇଁ ଆନ୍ଦୋଳନ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଆନ୍ଦୋଳନକୁ ସ୍ଥାନୀୟ ରାଜନେତାମାନେ ଦୁର୍ବଳ କରିବା ଚେଷ୍ଟା କରୁଥିବା ଅଭିଯୋଗ କରି ସେ ଦୃଢ ନିନ୍ଦା କରିଥିଲେ । ଏପରିକି ଅନ୍ୟ ଅଂଚଳରୁ ଆସି ସାଂପ୍ରତିକ ନିର୍ବାଚନରେ କୋଶଳାଂଚଳରୁ ଛିଡା ହେଉଥିବାରୁ ସମାଲୋଚନା କରିଥିଲେ । ସଭାପତି ଶ୍ରୀ ସାହୁ ବିଭିନ୍ନ ତଥ୍ୟ ଉପସ୍ଥାପନ କରି ଏ ଅଂଚଳ ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ କରି ଆଂଚଳିକ ବୈଷମ୍ୟର ଶିକାର କରାଯାଉଥିବା ପ୍ରକାଶ କରିବା ସହ ସମସ୍ତେ ଏକଜୁଟ ହୋଇ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ଅନୁରୋଧ କରିଥିଲେ । ସେହିପରି କୋଶଲବାଦୀ ନେତା ବିଭୁଦତ୍ତ ମିଶ୍ର, ରବିଶଙ୍କର ମିଶ୍ର, ପ୍ରଫେସର ପ୍ରମୋଦ ବାଗ, ଶରତ ଚନ୍ଦ୍ର ହୋତା, ବରିଷ୍ଠ ନେତା ମନୋରଂଜନ ମିଶ୍ର, ଡୋଳାମଣି ପ୍ରଧାନ, ବିନୋଦ କାଲସାଏ, ପ୍ରସନ୍ନ କୁମାର ନେଗୀ, କପିଳେଶ୍ୱର ଖମାରୀ, କୋଶଲ ସେନାର ସଭାପତି ଯୋଗେନ୍ଦ୍ର କର୍ମୀ, ଇନ୍ଦ୍ରମଣି ସାହୁ, କୋଶଲ ମୁକ୍ତି ସେନାର ସଭାପତି ଆକାଶ ପଣ୍ଡା, ବିଭୁତି ଶଙ୍କର ବିନ୍ଧାଣି, ଜ୍ୟୋତି ରଂଜନ ମହାନ୍ତି, ରିଲୁ ରଥ, ଗୋପଭୂଷଣ ନାଥ, ଦିନେଶ ନାଗ, କୃତିବାସ ଚାନ୍ଦ, ଥବୀର କର୍ମୀ, ଅମ୍ବରିଶ ରାଉତ, ସ୍ୱାଧୀନ ମିଶ୍ର, ସରୋଜ ଚୋପଦାର ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ । ଏହି ଅବସରରେ ଓଡ଼ିଶା ମାନଚିତ୍ର ଚିରି କୋଶଲକୁ କୋଶଲବାଦୀ ନେତାମାନେ ଅଲଗା କରିଥିଲେ । ଶେଷରେ କୋଶଲବାଦୀ ନେତା ରଣରାଜ ସିଂଦେଓ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

two × three =

error: Content is protected !!