କଳାକାରମାନଙ୍କୁ ଡିସେମ୍ବର ଯାଏଁ ଆଗୁଆ କଳାକାର ଭତ୍ତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର କଳାକାର ଭତ୍ତା ପାଉଥିବା କଳାକାରମାନଙ୍କୁ ଡିସେମ୍ବର-୨୦୨୦ ଯାଏଁ ଆଗୁଆ ଭାବେ କଳାକାର ଭତ୍ତା ପ୍ରଦାନ କରାଯିବ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ପ୍ରଦାନ କରାଯାଉଥିବା ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ସେପ୍‌ଟେମ୍ବର ୨୦୨୦ ଯାଏଁ ପୂର୍ବରୁ ଭତ୍ତା ପ୍ରଦାନ କରାଯାଇଥିଲା । କୋଭିଡ୍‌-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅକ୍ଟୋବର ଠାରୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଆଗୁଆ ତିନି ମାସର କଳାକାର ଭତ୍ତା ଦେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ।


ଏଠାରେ ସୂଚନାଯୋଗ୍ୟ ଯେ ରାଜ୍ୟର ପ୍ରତି ମାସ ୩୪,୬୫୩ ଜଣ କଳାକାରମାନଙ୍କୁ ଜଣକୁ ମାସିକ ୧୨୦୦ ଟଙ୍କା ହିସାବରେ ୪,୧୫,୮୩,୬୦୦ ଟଙ୍କା ପ୍ରଦାନ କରାଯାଉଛି । ଚଳିତ ଥର ତିନି ମାସ ନିମନ୍ତେ ୧୨,୪୭,୫୦,୮୦୦ ଟଙ୍କା ଭତ୍ତା ପୂର୍ବପରି ଜିଲ୍ଲାପାଳମାନଙ୍କ ଜରିଆରେ କଳାକାରମାନଙ୍କୁ ପ୍ରଦାନ କରାଯିବ ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟର୍‌ରେ କୁହାଯାଇଛି ।

Leave A Reply

Your email address will not be published.