ଲକ୍ଷାଧିକ ଟଙ୍କା ଲୁଟ କରି ଫେରାର୍‌ ମାରିବା ବେଳେ କାବୁ କଲା ଟାଉନ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଟଣାଗଡ ଅଞ୍ଚଳରୁ ୫ ଲକ୍ଷ ଟଙ୍କା ଲୁଟ କରି ଫେରାର ମାରିବା ବେଳେ କାବୁ କଲା ଟାଉନ ପୋଲିସ । ସୂଚନାଯୋଗ୍ୟ ଯେ, ଆଜି ପାଟଣାଗଡରୁ ଲୁଟେରା ମାନେ ନଗଦ ୫ ଲକ୍ଷ ଟଙ୍କା ଲୁଟ କରି ଫେରାର୍‌ ମାରୁଥିବା ସମୟରେ ସ୍ଥାନୀୟ ପୋଲିସ ତାଙ୍କୁ ପିଛା କରିଥିଲା । ତେବେ ସେମାନେ ଖସି ପଳାଉଥିବା ସମୟରେ ସଦର ଥାନା ଅନ୍ତର୍ଗତ ଝାଙ୍କରପାଲିଠାରେ ସେମାନଙ୍କୁ ଧରିବାରେ ପୋଲିସ ବିଫଳ ହୋଇଥିଲା । ପରେ ସଦର ଏସ୍‌ଡିପିଓ ତୋଫାନ ବାଗଙ୍କ ନେତୃତ୍ୱରେ ଟାଉନ ପୋଲିସ ସୋମନଙ୍କୁ ଟାଉନ ପୋଲିସ ଥାନା ଆଗରେ ମାଡି ବସିଥିଲେ । ପରେ ସେମାନଙ୍କୁ ପଚରା ଉଚୁରା କରି ପାଟଣାଗଡ ନିଆଯାଇଥିଲା । ତଦନ୍ତ ବେଳେ ପୋଲିସ ଟଙ୍କା ଜବତ କରିଥିବା ଜଣାପଡିଛି । ତେବେ ଦୁଇ ଜଣ ଲୁଟେରା ଯାଜପୁର ଜିଲ୍ଲାର ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.

ten + 6 =