csstore

ଆଜାଦୀ କା ଅମୃତ ମହୋତ୍ସବରେ କବିତା ପାଠ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ତା. ୧୫ ଅଗଷ୍ଟ ୨୦୨୨ ଅପରାହ୍ନ ୩ଟା ସମୟରେ ରାଜ୍ୟ ବ୍ୟାପୀ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ସମଗ୍ର ରାଜ୍ୟର ୨୫ଟି ଜିଲ୍ଲାର ୧୨୫ଟି ସ୍ଥାନରେ ପ୍ରାୟ ୨୫ ଶହରୁ ଅଧିକ କବି ଏକାସାଙ୍ଗରେ ଦେଶାତ୍ମବୋଧକ କବିତା ପାଠ କରିଛନ୍ତି । ଏହି ଅବସରରେ ଅଭିମନ୍ୟୁ ସାହିତ୍ୟ ସଂସଦ ଘେଁସରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ୨୦ ଜଣରୁ ଅଧିକ କବି କବିତା ପାଠ କରିଛନ୍ତି । ସାହିତ୍ୟିକ ଟେକଚାନ୍ଦ ଦୁଆନ କବିତା ସମୂହର ସମୀକ୍ଷା କରିଥିବା ବେଳେ ସୁଶାନ୍ତ ମିଶ୍ର ସଭାପତିତ୍ୱ କରିଥିଲେ । କବି ସର୍ବଶ୍ରୀ ଅଶୋକ କୁମାର ପୂଜାହାରୀ, ଗୁଣସାଗର ସାହୁ, ଗୌରଚରଣ ପଧାନ, ସୁକୁମାର ଭୋଇ, ରାଜେଶ କାଳିଆ, ନିତୀଶ ଆଚାର୍ଯ୍ୟ, କେଦାର ସାହୁ, ଅଧିକାରୀ ସା, ଅନନ୍ତ ମେହେର, ସ୍ୱାଧିନ ଭୋଇ, ଗୌରଚରଣ ସା, ସୁବାଷ ମେହେର, ରଂଜିତ ପଧାନ, ମୁନିରାମ କୁମ୍ଭାର, ରୋହିତ ମେହେର, ତୁଳସୀ ବାରିକ, ଶୋଭାଚନ୍ଦ୍ର ପଧାନ, ପ୍ରସନ୍ନ ରଣା, ଧର୍ମେନ୍ଦ୍ର ଚୌହାନ, ରାଜକିଶୋର ବେହେରା ପ୍ରମୁଖ କବିମାନେ କବିତା ପାଠ କରିଥିଲେ ।

jayashree
Leave A Reply

Your email address will not be published.