ସ୍ୱସ୍ତି ସାହିତ୍ୟ ସଂସଦର କବିତାୟନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାହିତ୍ୟ ଆନୁଷ୍ଠାନ ସ୍ୱସ୍ତି ସାହିତ୍ୟ ସଂସଦର ଶବ୍ଦ, ସଂଗୀତ, ଆଲୋକ ଓ ମଞ୍ଚସଜ୍ଜାକୁ ନେଇ ଅନନ୍ୟ କବିତା ପାଠୋତ୍ସବ ଓ ବନବିହାର କାର୍ଯ୍ୟକ୍ରମ କବିତାୟନ ଆସନ୍ତା ୨୨ ଓ ୨୩ ତାରିଖ ଦିନ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଇସ୍ପାତ ସାହିତ୍ୟ ସଂସଦ ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ରାଜୀବ ପାଣି, ଅନ୍ୟ ସହଯୋଗୀ ଅନୁଷ୍ଠାନର ସର୍ବଶ୍ରୀ ବଜେନ୍ଦ୍ର ଦାଶ, ଶଙ୍କର ପ୍ରସାଦ ତ୍ରିପାଠୀ, ଡ଼ଃ ଶକ୍ତିପ୍ରସାଦ ସାମନ୍ତରାୟ, ରାଜକୁମାର ମହାନ୍ତି, ଅଶୋକ କୁମାର ପଟ୍ଟନାୟକ, ନୃସିଂହ ଚରଣ ବିଶ୍ୱାଳ, ବିଜୟ କୁମାର ପାତ୍ର, ଅଙ୍ଗୁରବାଳା ପରିଡ଼ା ପ୍ରମୁଖ ଏ ସମ୍ପର୍କରେ ସୂଚନା ପ୍ରଦାନ କରି କହିଲେ ଯେ ଏହା ଅନୁଷ୍ଠାନର ଏକ ଅନନ୍ୟ କାର୍ଯ୍ୟକ୍ରମ । ଆସନ୍ତା ୨୨ତାରିଖ ଦିନ ପୂର୍ବାହ୍ନ ୧୦ଟା ୪୫ ମିନିଟରେ ଉଦ୍‌ଘାଟନ ଉତ୍ସବ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ଅନୁଷ୍ଠିତ ହେବ । ଅନୁଷ୍ଠାନର ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବେ ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ପ୍ରଫୁଲ୍ଲ ମହାନ୍ତି ଆଲୋଚ୍ୟ ବିଷୟ କବିତାରେ ମୁଁ ଓ ସେମାନେ, ଅତିଥି ଭାବେ ସାହିତ୍ୟିକ ଦାଶ ବେନହୁର ଆଲୋଚ୍ୟ ବିଷୟ କବିତା ଆଜି ଓ କାଲି, ବରିଷ୍ଠ କବି ରାମକୃଷ୍ଣ ସାହୁ ଆଲୋଚ୍ୟ ବିଷୟ କବିତାରେ ପ୍ରକୃତି ଓ ଜୀବନ ସମ୍ପର୍କରେ ଆଲୋଚନା କରିବେ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଅପରାହ୍ନ ସାଢେ଼ ୩ଟା ସମୟରେ ସିଭିକ ସେଣ୍ଟର୍ ଠାରେ କବିତିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଅନୁଷ୍ଠାନର ଉପସଭାପତି ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ପୈ।ରହିତ୍ୟ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ କବି ବିଷ୍ଣୁ ସାହୁ ଓ ଡ଼ା କୃପାସିନ୍ଧୁ ନାୟକ ଯୋଗଦେବେ । ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ଉପସ୍ଥାପନା, ସବିତାରାଣୀ ବେହେରା ଓ ପଦ୍ମିନୀ ମିଶ୍ରଙ୍କ ସଂଯୋଜନାରେ ସହରର କବି ମାନେ ତ୍ୱରଚିତ କବିତା ପାଠ କରିବେ । ଏଥିପାଇଁ କବିମାନେ କ୍ଷୁଦ୍ର କବିତା ଆଣିବାକୁ ଅନୁରୋଧ କରାଯାଇଛି । ଏହି ଅବସରରେ କବି ସୁଧାଂଶୁ ଅଶୋକଙ୍କ କବିତା ସଙ୍କଳନ ଆରଣ୍ୟକ ଉନ୍ମୋଚନ କରାଯିବ । ସେହିପରି ତୃତୀୟ ପର୍ଯ୍ୟାୟରେ ବରିଷ୍ଠ କବି ଓ ନାଟ୍ୟକାର ତଥା ଓଡ଼ିଶା ସାହିତ୍ୟ ଏକାଡେ଼ମୀର ପ୍ରାକ୍ତନ ସଭାପତି ହରିହର ମିଶ୍ରଙ୍କ ସ୍ମୃତିରେ କବିତାୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରକୃତି, ପ୍ରେମ, ଜୀବନ ଓ ଯୁଦ୍ଧକୁ ନେଇ ଶବ୍ଦ ସଂଗୀତ, ଆଲୋକ ଓ ମଞ୍ଚ ସଜ୍ଜାକୁ ଆଧାର କରି କବିତାପାଠ କରାଯିବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ପ୍ରଫୁଲ୍ଲ ମହାନ୍ତି ଓ ସମ୍ମାନିତ ଅତିଥି ଭାବେ ପ୍ରଫେସର ଦାଶ ବେନହୁର ଯୋଗଦେବେ । ଜୀବନ ସମ୍ପର୍କିତ କବିତା ଡ଼ ପ୍ରଦୀପ ପଣ୍ଡା, ରାମକୃଷ୍ଣ ସାହୁ, ବିରଜା ବଳ, ବିମଳ ପତି, ଡ ମମତା ତ୍ରିପାଠୀ, ଯୁଦ୍ଧ ସମ୍ପର୍କିତ କବିତା ଡ. ସେନାପତି ପ୍ରଦ୍ୟୁମ୍ନ କେଶରୀ, ଶ୍ରୀଦେବ, ଡ. ପୁରୁଷୋତ୍ତମ ମିଶ୍ର, ବିଦେଶୀ ନାୟକ, ନର୍ମଦା ନିଳୋତ୍ପଳା,ଡ ନରେନ୍ଦ୍ର ମିଶ୍ର, ପ୍ରେମ ସମ୍ପର୍କିତ କବିତାକୁ ପିତାମ୍ବର ତରାଇ, ବିଷ୍ଣୁ ସାହୁ, ପଦ୍ମିନୀ ମିଶ୍ର, ସୁରେଶ ନାୟକ, ସ୍ୱୟଂପ୍ରଭା ରଥ ଓ ପ୍ରକୃତି ସମ୍ପର୍କୀତ କବିତାକୁ ପିନାକୀ ମିଶ୍ର, ମନୋଜ ପଣ୍ଡା, ଡ଼ଃ ଦୀନବନ୍ଧୁ ସାହୁ, ସବିତାରାଣୀ ବେହେରା ଓ ଅକ୍ଷୟ ରାଉତ ପ୍ରମୁଖ କବି ମାନେ କବିତା ପାଠ କରିବେ । ଏହି କାର୍ଯ୍ୟକ୍ରମକୁ ଡ ମମତା ସାହୁ ଓ ଅଙ୍ଗୁରବାଳା ପରିଡ଼ା ସଂଯୋଜନା କରିବାକୁ ଥିବାବେଳେ ବଜେନ୍ଦ୍ର ନାୟକ ଓ ଡ ସୁଶାନ୍ତ କୁମାର ପାଣି ସାଙ୍ଗତିକ ଉପସ୍ଥାପନା କରିବେ । ୨୩ ତାରିଖ ଦିନ ଚତୁର୍ଥ ପର୍ଯ୍ୟାୟ ବନବିହାର କାର୍ଯ୍ୟକ୍ରମ କଚାରୁ ଠାରେ ଅନୁଷ୍ଠିତ ହେବ । ଏଥିରେ ସାମ୍ପ୍ରତିକ କବିତା ପ୍ରକୃତିର ସମ୍ପର୍କ ସମ୍ପର୍କରେ ଆଲୋଚନା ହେବ । ଏହି କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବେ ପ୍ରାକ୍ତନ ବିଧାୟକ ଜର୍ଜ ତିର୍କୀ ଓ ଅତିଥି ଭାବେ ଡ଼ ପ୍ରଫୁଲ୍ଲ ମହାନ୍ତି, ଦାଶ ବେନହୁର, ପିତାମ୍ବର ତରାଇ, ସେନାପତି ପ୍ରଦ୍ୟୁମ୍ନ କେଶରୀ, ସୁରେଶ ନାୟକ ଓ ଶ୍ରୀଦେବ ପ୍ରମୁଖ ଯୋଗଦେବେ । ଶର୍ମିଷ୍ଠା କବିଶତପଥୀ ପ୍ରାଚଥନ ଓ ରାଜକୁମାର ମହାନ୍ତି ପୈାରହିତ୍ୟ କରିବେ । ପଞ୍ଚମ ପର୍ଯ୍ୟାୟ କଥା, କବିତା, ସଂଗୀତ ଓ ସଂଳାପ କାର୍ଯ୍ୟକ୍ରମ ହେବ । ଏହାକୁ ରଶ୍ମିବାଳା ରାଉତରାୟ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ନିରୁପମା ପତି ଓ ରଶ୍ମି ସାହୁ ସଂଚାଳନ କରିବେ । ସେହିପରି ସୃଜନ ଆଳାପ ଓ ଉଦ୍‌ଯାପନୀ ଉତ୍ସବରେ ଇଂ ଗୋପିନାଥ ପଟ୍ଟନାୟକଙ୍କ ପୈ।ରହିତ୍ୟରେ ମୁଖ୍ୟଅତିଥି ଭାବେ ଭାରତ ଭୂଷଣ ମହାନ୍ତି, ସମ୍ମାନିତ ଅତିଥି ଭାବେ ଅଭୟ କୁମାର ଦାସ ଓ ପ୍ରଫେସର ପାରେଶ୍ୱର ବିଶ୍ୱାଳ ଯୋଗଦେବେ । ଅଶୋକ ପଟ୍ଟନାୟକ ପ୍ରାକକଥନ ଓ ଶେଷରେ ଅନୁଷ୍ଠାନର ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିବେ ବୋଲି ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ସହରର ସାହିତ୍ୟିକ, କବି, ବୁଦ୍ଧିଜୀବୀ ଯୋଗ ଦେବା ପାଇଁ ଅନୁରୋଧ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ବିଭୁତି ଭୂଷଣ ଦାସ, ସୁଶାନ୍ତ ନାୟକ, ପ୍ରଫୁଲ୍ଲ ସାମଲ, ରଶ୍ମି ସାହୁ, ବବିତା ମହାଳିକ, ଅନିଲ କୁମାର ଦାଶ, ହରିହର ଶତପଥୀ, ଗୈାତମ ଦାସ, ପ୍ରକାଶ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.