csstore

ତହଁକ୍‌ କୁଟୁମ୍‌ର କୋସଲି କବିତା ଆସର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଦିନ ଅବସରରେ ସ୍ଥାନୀୟ ସୈନିକ ଭବନ ଠାରେ ତହଁକ୍‌ କୁଟୁମ୍‌ ତରଫରୁ କୋସଲି କବିତା ଆସର ଅନୁଷ୍ଠିତ ହୋଇଯାଇଛି । କବି ଆନନ୍ଦ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆସରରେ ମୁଖ୍ୟ ଅତିଥି ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ୍, ହାସ୍ୟ ଅଭିନେତା ବିନ୍ଦୁ, ନିହାଲ ସିଂ, କବି ଶୁସାନ୍ତ ବାଗ, କବି ଦିଲ୍ଲୀପ ପୁରୋହିତ, କବି ଗୋପିନାଥ ଦଣ୍ଡସେନା, ବିନୋଦ କାଲସାଏ, ପ୍ରତାପ ଚନ୍ଦ୍ର ରଥ ମଞ୍ଚାସୀନ ଥିଲେ । କବି ଦିଲ୍ଲୀପ ମିଶ୍ର ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ସଂପାଦକ ରାଜେଶ ଦଣ୍ଡସେନା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟ ସଂପାଦକ ଅର୍ଜୁନ କୁମାର ସାହୁ ସଭା ପରିଚାଳନା କରିଥିଲେ । ପରେ ପୁଷ୍ପାଞ୍ଜଳି ମେହେର ଏବଂ ମିଲନ ପଣ୍ଡାଙ୍କ ସଂଯୋଜନା କବିତା ଆସରରେ ଶତାଧିକ କବି ଯୋଗଦେଇ କୋସଲି କବିତା ପଠନ କରିଥିଲେ । ନିରୁପମା ମିଶ୍ର, ମଧୁସୂଦନ ଦାସ, ବ୍ରହ୍ମାନନ୍ଦ ବନଛୋର, ପ୍ରଭାସିନି ଭୋଇ, ସୁଦେଷ୍ନା ମିଶ୍ର, ଉତ୍ତମ ଖମାରୀ, ବାବା ରଘୁନାଥ, ଧର୍ମେନ୍ଦ୍ର ପ୍ରଧାନ, ଶୁଭସ୍ମିତା ମାହାଣା, ନେପାଲ ବାଗ୍, ଚିନ୍ମୟ ମେହେର, ଯାଜ୍ଞସେନୀ ସାହୁ, ପ୍ରହଲ୍ଲାଦ ଦଣ୍ଡସେନା, ନିରୁପମା ପଟେଲ, ରାଜୀବ ଭୋଇ, ରାମଶଙ୍କର ଶତପଥୀ କବିତା ପାଠ କରିଥିଲେ । ଗୋପାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.