pakka

କୋଶଲି ଡେରାର ହୋଲି କବିତା ଆସର

bbehera
  • ହୋଲି କବିତା ଆସର ଅବସରରେ କବି ଧରମ ସିଂ ଧରୁଆ ସମ୍ବର୍ଦ୍ଧିତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଅଗ୍ରଣୀ କୋଶଲି ସାହିତ୍ୟ ଅନୁଷ୍ଠାନ କୋଶଲି ଡେରା ପକ୍ଷରୁ ଘସିଏନ ହନୁମାନ ମନ୍ଦିର ନିକଟରେ ହୋଲି କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଭକ୍ତବନ୍ଧୁ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ କବି ଦିଲ୍ଲୀପ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । କବି ରବିଚନ୍ଦ୍ର ସାହୁଙ୍କ ସଂଯୋଜନାରେ ଅଞ୍ଚଳରେ ବହୁ କବି ଯୋଗଦେଇ ନିଜର ସ୍ୱରଚିତ କବିତା ପାଠ କରିଥିଲେ । ଏହି କବିତା ଆସର ଅବସରରେ ବିଶିଷ୍ଟ କବି ସଂଗଠକ ଧରମ ସିଂ ଧରୁଆଙ୍କୁ ସମର୍ଦ୍ଧିତ କରାଯାଇଥିଲା । ଏହି ଆସରରେ କବି ସନ୍ତୋଷ କୁମାର ଦାସ, ଶଙ୍ଖଧର ମାଝୀ, ଗୋଲାପ ବିଶି, ଥବିର ଦୀପ, ଶାନ୍ତନୁ କୁମାର ବୁଦ୍ଧିଆ, କବି ପାତ୍ର, କ୍ଷୀରୋଦ୍ର କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଅନୁଷ୍ଠାନର ସମ୍ପାଦକ ଲାଲଚନ ବଗର୍ତ୍ତି ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

12 + 8 =