pakka

ମା’ କନକ ଦୁର୍ଗା ଯୋଗାଶ୍ରମରେ ଅଷ୍ଟପ୍ରହରୀ ନାମ ଯଜ୍ଞ ଉଦ୍‌ଯାପିତ

bbehera

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ରେବିଙ୍ଗିଆଠାରେ ଥିବା ମା’ କନକ ଦୁର୍ଗା ଯୋଗାଶ୍ରମ ଆନୁକୂଲ୍ୟରେ ଶ୍ରୀ ଶ୍ରୀ ଗୁରୁ ପୂର୍ଣ୍ଣାନନ୍ଦ ପୀଠରେ ଦୋଳ ପୂର୍ଣ୍ଣିମା ଅବସରରେ ଅଷ୍ଟପ୍ରହରୀ ନାମ ଯଜ୍ଞ, ଘୃତ ଯଜ୍ଞ ଓ ଅନ୍ନ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଅଷ୍ଟପ୍ରହରୀ ନାମ ଯଜ୍ଞରେ ଆଖପାଖ ଅଞ୍ଚଳରୁ ପ୍ରାୟ ୨୦ଟି ନାମ ସଂକୀର୍ତ୍ତନ ଦଳ ଭାଗ ନେଇଥିବା ବେଳେ ବାଲିଗୁଡା ଓ ଆଖପାଖ ଅଞ୍ଚଳବାସୀ ସହଯୋଗ କରିଥିବାରୁ ଅନୁଷ୍ଠାନ ପକ୍ଷରୁ ଧନ୍ୟବାଦ ପ୍ରଦାନ କରାଯାଇଛି । ଆଜିର ଆଧୁନିକ ଯୁଗର ଯୁବପିଢ଼ି ଧର୍ମ ରକ୍ଷା କରିବା ବଦଳରେ ଅବାଟକୁ ଯାଉଥିବା ଯୋଗୁଁ ହିନ୍ଦୁ ଧର୍ମରେ ଥିବା ହରିନାମ ଯୁବପିଢ଼ି ଛାଡିବାକୁ ବସିଥିବାବେଳେ ଏଭଳି ଉତ୍ସବ ଅନୁଷ୍ଠିତ କରି ଯୁବପିଢ଼ିଙ୍କୁ ଧର୍ମରକ୍ଷା ଓ ହରିନାମରେ ସାମିଲ କରିବାକୁ ପ୍ରୟାସ କରଯାଇଛି ବୋଲି ଆଶ୍ରମ କର୍ମକର୍ତ୍ତା ଗୋବିନ୍ଦ ଚନ୍ଦ୍ର ବେହେରା ଓ ଅଷ୍ଟପ୍ରହରୀ କର୍ତ୍ତା ପରିବାର ପକ୍ଷରୁ ଲଷ୍ମୀ ସାହୁ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଆଶ୍ରମ କର୍ମକର୍ତ୍ତା, ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

5 × 4 =

error: Content is protected !!