pakka

ଭଇଁଷା ଜ୍ୟୋତି ବିକାଶ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ନୂଆ ଓଡ଼ିଶା, ଯୁବ ଓଡିଶା କାର୍ଯ୍ୟକ୍ରମ ଉଦ୍‌ଯାପିତ

bbehera

ପାଟଣାଗଡ, (ପୁସ୍ତମ୍ ଯୁଆଡି) : ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ଭଇଁଷା ଜ୍ୟୋତି ବିକାଶ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ନୂଆ ଓଡ଼ିଶା ଯୁବ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ କଲେଜ ଅଧ୍ୟକ୍ଷା ଶ୍ରୀମତୀ ଆଭାମୟି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷା ଶ୍ରୀମତୀ ମାନସୀ ବିଶ୍ୱାଳ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ପ୍ରଫୁଲ୍ଲ କୁମାର ମେହେର ଓ ଛନ୍ଦାଚରଣ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନୋଡାଲ ଅଫିସର ଠଣସୁନ୍ଦର ମେହେର ଓ ମନୋଜ କୁମାର ମହାପାତ୍ର ମଞ୍ଚାସୀନ ଥିଲେ । ଓଡ଼ିଆ ଅଧ୍ୟାପକ ସନ୍ତୋଷ କୁମାର ରାଉତ ସ୍ୱାଗତ ଭାଷଣ ଓ ପରିଚାଳନା କରିଥିବା ବେଳେ ଏଥିରେ ସାଂସ୍କୃତିକ ଓ କ୍ରୀଡା ପ୍ରତିଯୋଗିତାରେ ସଫଳତା ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡ଼ିକ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମଟିକୁ ବିଦ୍ୟାଳୟର ଅଧ୍ୟାପକ ଜିତେନ୍ଦ୍ର ଦାଶ, ଗୁଣସାଗର ଠାକୁର, କହ୍ନେଇ ତାଣ୍ଡି, ଜଗବନ୍ଧୁ ଧରୁଆ, ଅବିନାଶ ବାଗ, ଶ୍ରୀକାନ୍ତ ଗୁରୁ, ଭାରତୀ ସେଠ୍, ଆକାଂକ୍ଷା ମିଶ୍ର ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଶେଷରେ ଅଧ୍ୟାପକ ଜିତେନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

fifteen + one =