୧୪ ଜୁଆ ଆଡ୍ଡା ଉପରେ ଚଢଉ : ୬୮ ଗିରଫ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ପୁଲିସ୍ ପକ୍ଷରୁ ୧୪ଟି ଜୁଆ ଆଡ୍ଡା ଉପରେ ଚଢଉ କରାଯାଇ ୬୮ ଜଣ ଜୁଆଡ଼ି‌ଙ୍କୁ ଗିରଫ୍‌ କରାଯାଇଥିବା ଖବର ମିଳିଛି । ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ପୁଲିସ୍ ସମଗ୍ର ଜିଲ୍ଲାର ଚଢଉ କରି ୬୮ଜଣ ଜୁଆଡ଼ିଙ୍କଠାରୁ ନଗଦ ୧ ଲକ୍ଷ ୫୩ ହଜାର ୫୦ ଟଙ୍କା, ୪ଟି ମୋଟର ସାଇକେଲ୍ ଏବଂ ୪ଟି ମୋବାଇଲ ଜବତ କରିଥିବାରେ ସଫଳ ହୋଇଛି । ଏ ସଂପର୍କରେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଟୁଇଟର୍ ଯୋଗେ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.