csstore

କଣ୍ଠଶିଳ୍ପୀ ଜିତେନ୍ଦ୍ର କୁମ୍ଭାରଙ୍କୁ ଶ୍ରଦ୍ଧାଂଜଳି ଦେଲେ ପଶ୍ଚିମ ଓଡିଶାର ନାମିଦାମୀ କଳାକାର

ବଲାଙ୍ଗିର, (କେପିଏନଏସ୍‌) : ପଶ୍ଚିମ ଓଡିଶାର ଜଣେ ଜଣାଶୁଣା କଳାକାର ଜିତେନ୍ଦ୍ର କୁମ୍ଭାର (ଜିତୁ)ଙ୍କ ଏକାଦଶାହ ଅବସରରେ ସାରା ପଶ୍ଚିମ ଓଡିଶାର ନାମିଦାମୀ କଳାକାର ଯୋଗଦାନ କରି ତାଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଂଜଳି ପ୍ରଦାନ କରିଛନ୍ତି । ଏହି ଅବସରରେ ବଲାଙ୍ଗିର ସହର ସ୍ଥିତ ଟାଉନ ହଲ ଠାରେ ଏକ ଭଜନ ସମାରୋହ ଅନୁଷ୍ଠିତ ହୋଇଥିବା ବେଳେ ପଦ୍ମଶ୍ରୀ ଡ଼. ଜିତେନ୍ଦ୍ର ହରିପାଲ, ପଙ୍କଜ ଜାଲ, ମାନସୀ ପାଣିଗ୍ରାହୀ, ରୁକୁ ସୁନା, ଗଗନ ବାଗ, ସାସ୍ୱତ ତ୍ରିପାଠୀ, ନବୀନ କୁଅଁର, ବ୍ୟାସଦେବ ପୁରୋହିତ, ସାନ୍ତନୁ ବାରିକ, ଲିଙ୍ଗରାଜ ବରିହା, ସୃଷ୍ଟିକା ବାରିକ, ଟିକୁ ବିଶି, କ୍ଷୀରୋଦ, ଟିସୁ, ବରୁନ, ଜନ୍ମଜେୟ, ଦିଲୀପ ଦୀପ, ଲିଳିମା ମହାନ୍ତି, ନୀରି, ଶ୍ରାବଣୀ ମେହେର ପ୍ରମୁଖ ଭଜନ ପରିବେଷଣ କରି ସ୍ୱର୍ଗତ ଜିତୁଙ୍କ ମହାନ ସଙ୍ଗୀତ ସାଧନାକୁ ସ୍ମରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ବିକାଶ, ରାହୁଲ, କାକୁ, ଦିବାନ, କୁନ୍‌ମୁନ୍‌, ମୁନ୍‌ମୁନ୍‌ ଓ ପ୍ରତୀକ । ବଲାଙ୍ଗିରର ଜଣାଶୁଣା ସମାଜସେବୀ ପ୍ରସନ୍ନ ମିଶ୍ର, ପ୍ରହଲ୍ଲାଦ ଦର୍ଜୀ, ଶମ୍ଭୁ ଦାସ, ଅଚ୍ୟୁତ ପୁରୋହିତ, ଉଗ୍ରସେନ୍‌ ଷଡଙ୍ଗୀ, ସଂଗ୍ରାମ ନାଏକ, ସୋମନାଥ ମିଶ୍ର, ସତ୍ୟ ବନ୍‌ଛୋର୍‌, ଗଜମଣି ବାଗ, ପ୍ରଶାନ୍ତ ଖମାରୀ, ଦେବେନ୍ଦ୍ର ସାହୁ, ମୁରଲୀ ପତୀ, ଗୋଲାପ ବାଗ, ବଳରାମ ସା, ଲଳିତ ପୂଝାରୀ, କିଶୋର ଜାଲ, ଜୟପ୍ରକାଶ ପୂଝାରୀ, ଶରତ ମହାକୁର, ବିନୋଦ କାଲସାଏ, ସାନ୍ତନୁ ପୁରୋହିତ, ସରୋଜ ସାହୁ, ରାମ ଦାଶ, ଅର୍ଜୁନ ମୁଗ୍ରୀ, ଅଶୋକ ଦୀପ, ଆଶିଷ ବାରିକ, ପ୍ରକାଶ ଥନାପତି, ମିଲି, ସାଗର, ଅଜୟ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ସ୍ୱର୍ଗତ ଜିତେନ୍ଦ୍ରଙ୍କ ସ୍ମୃତି ଚାରଣ କରିଥିଲେ । ତେବେ କଳାକାର ଗୋପାଳ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଂଜନ ମିଶ୍ର ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରୁ ସ୍ୱର୍ଗତ ଜିତୁଙ୍କ ଫୋଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ ଓ ମାଲ୍ୟାର୍ପଣ କରାଯାଇ ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।

jayashree
Leave A Reply

Your email address will not be published.