pakka

ବେଆଇନ ବାଲି ଚାଲାଣ, ଟ୍ରାକ୍ଟରରୁ ଜୋରିମାନା ଆଦାୟ

bbehera

ସିନ୍ଧେକେଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଉନ୍ଦେର ନଦୀରୁ ବେଆଇନ ଭାବେ ବାଲି ଚାଲାଣ କରୁଥିବା ଗୋଟିଏ ଟ୍ରାକ୍ଟରରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ବଙ୍ଗୋମୁଣ୍ଡା ଅତିରିକ୍ତ ତହସିଲଦାର କୃଷ୍ଣକୁମାର ଜେନା ଓ ସିନ୍ଧେକେଲା ଆର୍‌ଆଇ ଦୁଲ୍ଲଭ ନାଏକ ଚଢାଉ କରି ସିଜି ୦୬ଇ୪୯୨୦ ନମ୍ବର ଥିବା ଟ୍ରାକ୍ଟରକୁ ଅଟକ ରଖିଥିଲେ । ବାଲି ଚାଲାଣ ସମ୍ପର୍କିତ କାଗଜପତ୍ର ଦେଖାଇ ନପାରିବାରୁ ଜରିମାନା କରାଯାଇଥିଲା ବୋଲି ତହସିଲଦାର ଗୁଣମଣି ସୁନାନୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

three × five =