ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରେ ବଞ୍ଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ଅସହାୟ ଗରିବ ପରିତ୍ୟକ୍ତ ଅବିବାହିତ ବ୍ୟକ୍ତି ମାନଙ୍କୁ ସାମାଜିକ ସୁରକ୍ଷା ଦେବା ପାଇଁ ବିଭିନ୍ନ ଯୋଜନା ମାନ ପ୍ରଣୟନ କରିଛନ୍ତି । ହେଲେ ପ୍ରଶାସନର ଅବହେଳା ଯୋଗୁଁ ପ୍ରକୃତ ହିତାଧିକାରୀ ସେଥିରେ ସାମିଲ ହୋଇ ପାରୁନାହନ୍ତି । ପଦ୍ମପୁର ବ୍ଳକ ଅନ୍ତର୍ଗତ ଚାରପାଲି ଗ୍ରାମର କଏତା ସାହା ନାମକ ଏକ ମହିଳା ଅବିବାହିତ ଅବସ୍ଥାରେ ବାପା ଘରେ ଆଶ୍ରୟ କରି ରହିଛନ୍ତି । ସରକାରଙ୍କ ପ୍ରାବଧାନ ଅଛି ଯେ ପରିତ୍ୟକ୍ତା, ଅବିବାହିତ ମହିଳାମାନଙ୍କୁ ସାମାଜିକ ସୁରକ୍ଷା ଦେବା ନିମନ୍ତେ ଯୋଜନା ମାନେ ପ୍ରଣୟନ ହୋଇଛି ହେଲେ ବାରମ୍ବାର ଆବେଦନ କରିବା ସତ୍ୱେ ମଧ୍ୟ ଏ ଯାଏଁ ଭତ୍ତା ପାଇ ପାରୁ ନାହାଁନ୍ତି । ଅନ୍ୟ ପକ୍ଷରେ ଚାରପାଲି ଗ୍ରାମର ନରସିଂହ ବୁଡେକଙ୍କୁ ଆଧାର କାର୍ଡ ଅନୁସାରେ ୭୨ ବର୍ଷ ବୟସ ଚାଳୁଛି । ଗଣନାକାରୀଙ୍କୁ ତ୍ରୁଟିପୂର୍ଣ୍ଣ ଯୋଗୁଁ ଭୋଟର କାର୍ଡରେ ୬୩ ବର୍ଷ ଚାଳୁଛି । କିନ୍ତୁ ସ୍କୁଲ ସାର୍ଟିଫିକେଟ ଅନୁଯାୟୀ ତାଙ୍କୁ ୬୩ ବର୍ଷ ବୟସ ଟପିଲାଣି କିନ୍ତୁ ଏ ଯାଏଁ ତାଙ୍କୁ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ମିଳି ପାରିନାହିଁ । ଆହୁରି ଅନେକ ସେହିପରି ପ୍ରଶାସନିକର ଆନ୍ତରିକତା ଅଭାବ ହେତୁ ପ୍ରକୃତ ହିତାଧିକାରୀ ସରକାରଙ୍କ ଜନ ସୁରକ୍ଷା ଯୋଜନା ଦିଗରେ ସାମିଲ ହୋଇ ପାରୁନାହାନ୍ତି । ତେଣୁ ପ୍ରକୃତ ହିତାଧିକାରୀ ମାନଙ୍କୁ ଭତ୍ତା ପ୍ରଦାନ କରିବା ପାଇଁ ପ୍ରଶାସନ ନିକଟରେ ଦାବୀ ହୁଏ ।

Leave A Reply

Your email address will not be published.

eighteen − six =