csstore

ଖୋର୍ଦ୍ଧା ରେଳ ମଣ୍ଡଳର ନୂତନ ମଣ୍ଡଳ ପ୍ରବନ୍ଧକ ଯୋଗଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ରେଳପଥ ସିଗନାଲ ସେବାର ୧୯୬୬ ବ୍ୟାଚର ବରିଷ୍ଠ ଅଧିକାରୀ ଡି. ସୁନୀଲ, ପୂର୍ବତଟ ରେଳପଥ ଅଧୀନରେ ଖୋର୍ଦ୍ଧା ରୋଡ୍ ମଣ୍ଡଳର ନୂତନ ଡିଆରଏମ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଏହି ଭୂମିକାରେ ତାଙ୍କର ପୂର୍ଣ୍ଣ ସମର୍ପଣ ଏବଂ ପ୍ରତିବଦ୍ଧତା ନିଜର ଦାୟିତ୍ୱ ନିର୍ବାହ କରିବେ କହିଛନ୍ତି । ସମଗ୍ର ମଣ୍ଡଳ ପକ୍ଷରୁ ସୁନିଲଙ୍କୁ ସୁସ୍ୱାଗତ ଜଣାଇବା ସହ ତାଙ୍କ ନେତୃତ୍ୱରେ ବିଭାଗ ଅଧିକ ସଫଳତା ଲାଭ କରିବ ବୋଲି ଆଶା ବ୍ୟକ୍ତ କରାଯାଇଛି । ସୁନିଲ୍ ପୂର୍ବରୁ ଦକ୍ଷିଣ ରେଳପଥରେ ମୁଖ୍ୟ ସିଗ୍ନାଲ୍ ଏବଂ ଦୂରସଂଚାର ଇଞ୍ଜିନିୟର (ନିର୍ମାଣ) ଏବଂ ମୁଖ୍ୟ ସିଗ୍ନାଲ୍ ଇଞ୍ଜିନିୟର ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରୁଥିଲେ । ସେ କୋଚି ମେଟ୍ରୋ ରେଳ ଲିମିଟେଡ୍‌ରେ ଜେନେରାଲ୍ ମ୍ୟାନେଜର ଭାବେ ପ୍ରତି ନିଯୁକ୍ତିରେ ମଧ୍ୟ ସଫଳତାର ସହ କାର୍ଯ୍ୟ କରିଥିଲେ । ଭାରତୀୟ ରେଳପଥ ଏବଂ ମେଟ୍ରୋ ରେଳ ଉଭୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ତାଙ୍କର ବ୍ୟାପକ ପ୍ରଶାସନିକ ଏବଂ ପରିଚାଳନାଗତ ଅଭିଜ୍ଞତା ରହିଛି । ଖୋର୍ଦ୍ଧା ରୋଡ୍ ଡିଭିଜନର ନୂତନ ଡିଆରଏମ ଭାବରେ, ଶ୍ରୀ ସୁନିଲ ପୂର୍ବତଟ ରେଳପଥର ସବୁଠାରୁ ବ୍ୟସ୍ତବହୁଳ ଡିଭିଜନ ମଧ୍ୟରୁ ଗୋଟିଏ ଏହି ଡିଭିଜନରେ କାର୍ଯ୍ୟକ୍ଷମ ଦକ୍ଷତା, ଯାତ୍ରୀ ସୁବିଧା ଏବଂ ମାଲ ପରିବହନ ସେବାରେ ଆହୁରି ଉନ୍ନତି ଆଣିବେ ବୋଲି ଆଶା କରାଯାଉଛି ।

jayashree
Leave A Reply

Your email address will not be published.