csstore

ଜି.ଉଦୟଗିରି ଏନ୍‌ଏସି ଅଧ୍ୟକ୍ଷାଙ୍କ ହୃଦଘାତ୍‌ରେ ପରଲୋକ

ବାଲିଗୁଡ଼ା,(ସୁରେନ୍ଦ୍ର କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଏନ୍‌ଏସି ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ର (୫୦)ଙ୍କ ସୋମବାର ଦିନ ୩ଟା ସମୟରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ହୃଦଘାତ୍‌ରେ ଦେହାନ୍ତ ହୋଇଥିବା ଜଣାପଡିଛି । ସେ କିଛିଦିନ ହେଲା ସେ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହୋଇ ଫେରିଥିଲେ । ପୁଣି ଚେକ୍‌ଅପ୍‌ ପାଇଁ ଦୁଇ ତିନି ଦିନ ହେବ ଭୁବନେଶ୍ୱର ଯାଇଥିବା ବେଳେ ଛାତିରେ ଅଧିକ ଯନ୍ତ୍ରଣା ଅନୁଭବ କରିବା ପରେ ସେଠାରେ ମୃତ୍ୟୁ ହେଇଥିଲା। ସୂଚନା ଅନୁଯାଇ, ସେ ୨୦୨୨ ପୌର ନିର୍ବାଚନ ନିର୍ବାଚିତ ହୋଇ ଅଧ୍ୟକ୍ଷା ପଦ ହାତେଇ ଥିଲେ । ୨୦୦୮-୨୦୧୩ କାଉନସିଲର, ୨୦୧୪- ୨୦୧୯ ଉପାଧକ୍ଷ ଭାବେ କାର୍ଯ୍ୟ କରିଥିଲେ। ବିଜେଡ଼ିର ଜଣେ ଟାଣୁଆ ମହିଳା ନେତ୍ରୀ ଥିଲେ। ତାଙ୍କ ମୃତ୍ୟୁ ଖବର ମିଳିବା ପରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ମୃତ୍ୟୁରେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକ ବ୍ୟକ୍ତ କରିଛନ୍ତି।

jayashree
Leave A Reply

Your email address will not be published.