ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଠାବ

ଅନୁଗୁଳ : ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ଅନ୍ତର୍ଗତ ବିଦ୍ୟୁତ ବିଭାଗ କ୍ୱାର୍ଟର ଲାଇନ ଅଞ୍ଚଳରେ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ମୃତକ ଜଣଙ୍କ ହେଲେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ବିରେନ ଦେଉରିଆ । ବିରେନଙ୍କ ମୃତଦେହ ନିଜ ରୁମରେ ଥିବା ପଙ୍ଖାରେ ଝୁଲନ୍ତା ଅବସ୍ଥାରେ ଠାବ ହୋଇଥିଲା । ପ୍ରାଥମିକ ଅନୁସନ୍ଧାନରୁ ବିରେନଙ୍କ ନିଜ ଘର ଯାଜପୁର ଜ଼ିଲ୍ଳାରେ ହୋଇଥିବା ଜଣାପଡିଥିବା ବେଳେ ସେ କିଛି ମାସ ହେବ ରେଙ୍ଗାଳିରେ ଯୋଗ ଦେଇଥିଲେ । ଘଟଣା ବିଷୟରେ ଖବର ପାଇ ପୋଲିସ ଅଧିକ ଅନୁସନ୍ଧାନ ଓ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.