pakka

ଦୁଇ ମିନିଟ୍‌ରେ ଚାଷୀଙ୍କ ବର୍ଷ ଯାକର ଝାଳବୁହା ପରିଶ୍ରମ ଜଳିପୋଡ଼ି ଛାର୍‌ଖାର୍‌

bbehera

ପୁଇଁତଲା, (କେପିଏନ୍‌ଏସ୍‌) : ଦୁଇ ମିନିଟ୍‌ରେ ପୋଡ଼ି ପାଉଁଶ ହୋଇଗଲା ଚାଷୀଙ୍କ ବର୍ଷ ଯାକର ଝାଳବୁହା ପରିଶ୍ରମ । ଦେଖୁଦେଖୁ ଜଳିପୋଡ଼ି ଛାର୍‌ଖାର୍‌ ହୋଇଗଲା ଚାରି ଏକରର ଧାନ । କେଉଁ ରାଗ ରଖି ଦୃବୁର୍ତ୍ତ ନିଆଁ ଲଗାଇ ଦେଲା ବୋଲି ଚାଷୀ ମୁଣ୍ଡରେ ହାତ ମାରି ଚିନ୍ତାରେ ଭାଂଗିପଡ଼ିଥିବା ଦେଖିବାକୁ ମିଳିଛି । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ବୁରୋଭାଡ଼ି ଗ୍ରାମରେ । ସୂଚନା ଅନୁସାରେ ବୁରୋଭାଡି ଗ୍ରାମର ସନ୍ତୋଷ ବିଶିଙ୍କ କ୍ଷେତରେ ନିଆଁ ଲାଗି ଯାଇଥିବା ଜଣାପଡିଛି । ବହୁ କଷ୍ଟରେ ଝାଳବୁହା ପରିଶ୍ରମ କରି ଚାରି ଏକର ଚାଷ ଜମିରେ ଧାନ ଚାଷ କରିଥିଲେ ସନ୍ତୋଷ । ଆଜି ସକାଳେ ନିଆଁ ଲାଗି ସବୁ ଜଳିପୋଡ଼ି ଛାର୍‌ଖାର୍‌ ହୋଇଯାଇଛି । କ୍ଷତି ହୋଇଥିବା ଫସଲର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି କୁହାଯାଉଛି । ତେବେ କିଏ ଓ କାହିଁକି ଏମିତି କାଣ୍ଡ ଭିଆଇଲା, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଖବର ପାଇ ଅଗ୍ନିଶମ ବାହିନୀକୁ ଘଟଣା ସ୍ଥଳରେ ପହଂଚି ନିଆଁ ଲିଭାଇବାକୁ ପ୍ରୟାସ ଜାରି ରଖିଥିବା କୁହାଯାଇଛି।

jay balangir
Leave A Reply

Your email address will not be published.

three × five =