ଜୟପାଟଣାଠାରେ ରାଷ୍ଟ୍ରୀୟ ଲୋକ ଅଦାଲତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା କୋର୍ଟ ପରିସର ମଧ୍ୟରେ ତାଳୁକ୍‌ ଆଇନ ସେବା ସମିତି ଜୟପାଟଣା ଆନୁକୁଲ୍ୟରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଜିତେନ୍ଦ୍ରିୟ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ଏହି ଅଦାଲତରେ ତିନୋଟି ଦେୱାନୀ ମୋକଦ୍ଦମା, କୋଡ଼ିଏଟି ଫୌଜଦାରୀ ମୋକଦ୍ଦମା, ଦୁଇଟି ବ୍ୟାଙ୍କ୍ ସମ୍ବନ୍ଧୀୟ ମୋକଦ୍ଦମାରୁ ୧,୩୬,୦୦୦, ଓ ଚଉଦ ଟି ବ୍ୟାଙ୍କ୍ ମାମଲା ରୁ ୭,୧୦,୦୦୦ଟଙ୍କା ଅସୁଲି ହୋଇଥିଲା । ଏହି ରାଷ୍ଟ୍ରୀୟ ଅଦାଲତକୁ ସୁଚାରୁ ପରିଚାଳନା ପାଇଁ ସମସ୍ତ କୋର୍ଟ କର୍ମଚାରୀ ଓ ଓକିଲମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!