csstore

ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ନୂଆପଡ଼ା, (ଅଜିତ ବେହେରା) : ଓଡ଼ିଶାର ପ୍ରଥିତଯଶା କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ । ଏଥିପାଇଁ ଓଡ଼ିଶାର ସର୍ବ ପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ଖଡ଼ିଆଳ ସାହିତ୍ୟ ସମିତି ତରଫରୁ ପାଳିତ ହୋଇଯାଇଛି ସ୍ଵଭାବ କବିଙ୍କ ଜନ୍ମୋତ୍ସବ । ସମିତିର ସ୍ଥାୟୀ ସଭାପତି ଖଡ଼ିଆଳ ରାଜା ଡକ୍ଟର ଜିତାମିତ୍ର ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖଡ଼ିଆଳ ସ୍ୱୟଂ ଶାସିତ ମହା ବିଦ୍ୟାଳୟର ଅଧ୍ୟକ୍ଷ ତରୁଣ କୁମାର ପ୍ରଧାନ ଗଙ୍ଗାଧରୀୟ ସାହିତ୍ୟ ଜୀବନର ପ୍ରତ୍ୟେକ ପୃଷ୍ଠାକୁ ନେଇ ଉଦ୍ଭାସିତ ହୋଇଛି ବୋଲି କହିଥିଲେ । ବିଶିଷ୍ଟ ସାହିତ୍ୟିକ ତଥା କେ. ଭି. ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡକ୍ଟର ସଞ୍ଜୟ କୁମାର ମିଶ୍ର ମୁଖ୍ୟ ବକ୍ତା ଭାବରେ ଯୋଗଦେଇ କବିଙ୍କ ବିଭିନ୍ନ କୃତି ଉପରେ ଆଲୋଚନା କରି ବର୍ତ୍ତମାନର ଅଶାନ୍ତ ପୃଥିବୀରେ ସତ୍ୟ ଶାନ୍ତି ଦୟାର ପରିବେଶ ସୃଷ୍ଟି ପାଇଁ ମେହେର ସାହିତ୍ୟକୁ ସମସ୍ତେ ଅନୁଗାମୀ ହେବାକୁ ଆହ୍ୱାନ ଦେଇଥିଲେ । ଅନ୍ୟାନ୍ୟ ଅତିଥି ମାନେ କବିଙ୍କ ସାହିତ୍ୟ ସାରଗର୍ଭକ ଓ ପ୍ରତ୍ୟେକ ହୃଦୟର କଥା କୁହେ ବୋଲି କହିଥିଲେ । ରୀତି ଯୁଗୀୟ ସାହିତ୍ୟ ଧାରା ସହ ଆଧୁନିକତାର ସମ୍ମିଶ୍ରଣରେ କବି ସୃଷ୍ଟି କରିଥିବା କାବ୍ୟ କବିତା ଅନନ୍ୟ ଓ ଅତୁଳନୀୟ ବୋଲି ସେମାନେ ମତବ୍ୟକ୍ତ କରିଥିଲେ ।

jayashree
Leave A Reply

Your email address will not be published.