pakka

ଚନ୍ଦନଭାଟି ଶିଶୁ ମନ୍ଦିରରେ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ

bbehera

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ସଦର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଦୁଇ ମହାନ ବିପ୍ଳବୀ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଯାଇଅଛି । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ପ୍ରଭୁଦତ୍ତ ବିଶିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ବଘଲା ଗ୍ରାମର ପ୍ରିୟନାଥ ଦଣ୍ଡସେନା ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରଧାନାଚାର୍ଯ୍ୟ ପ୍ରଭୁଦତ୍ତ ବିଶି ଅତିଥି ପରିଚୟ ତଥା ଉଦ୍ଦେଶ୍ୟ କଥନ କରିଥିଲେ । ଆଚାର୍ଯ୍ୟା ମମତା ମଲ୍ଲୀକ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ବିଷୟରେ ଆଲୋକପାତ କରିଥିବା ବେଳେ ଆଚାର୍ଯ୍ୟ ଶତୃଘ୍ନ ସିଂହ ବୀର ସୁରେନ୍ଦ୍ର ସାଏଙ୍କ ବିଷୟରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଶିଶୁ ଭଉଣୀ ଶ୍ରୁତି ମେହେର, ଅଞ୍ଜଳି ପଟେଲ, ଜ୍ୟୋତିର୍ମୟୀ ମେହେର ଜାତୀୟ ପରାକ୍ରମ ଦିବସ ବିଷୟରେ ନିଜ ନିଜର ବକ୍ତୃତା ପ୍ରଦାନ କରିଥିଲେ । ଆଚାର୍ଯ୍ୟ ଦୀଲିପ ଥନାପତି ସଭା ସଂଯୋଜନା କରିଥିବା ବେଳେ ଆଚାର୍ଯ୍ୟ ଗୌତମ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ତଥା ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମାପିତ ହୋଇଯାଇଛି ।

jay balangir
Leave A Reply

Your email address will not be published.

seven − 6 =