ଝାନସୀରାଣୀ ଲକ୍ଷ୍ମୀବାଈ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାନ୍‌ସୀ ରାଣୀ ଲକ୍ଷ୍ମୀବାଈ ଜୟନ୍ତୀ ପଦ୍ମପୁର ସ୍ଥିତ ରାଜାଜୀ ଟାଉନ ହଲରେ ଚେତନା ପରିଷଦ ପଦ୍ମପୁର ଆନୁକୂଲ୍ୟରେ ଝାନ୍‌ସୀ ରାଣୀ ଲକ୍ଷ୍ମୀବାଈ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବକୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରମେଶ ମିଶ୍ର ଫିତା କାଟି ଉଦ୍‌ଘାଟନ କରିଥିଲେ । ଗତ ରବିବାର ଦିନ ବିଦ୍ୟାଳୟସ୍ତରୀୟ ହୋଇ ସାରିଥିବା ପ୍ରତିଯୋଗିତା ତଥା ଆଜି ଅନୁଷ୍ଠିତ ହୋଇଥିବା ଚିତ୍ରାଙ୍କନ, ସାଧାରଣଜ୍ଞାନ, ବକ୍ତୃତା, କଣ୍ଠ ସଙ୍ଗୀତ, ଝୋଟି, ରଙ୍ଗୋଲି ପ୍ରତିଯୋଗିତାରେ ବହୁସଂଖ୍ୟକ ପ୍ରତିଯୋଗୀ ଅଂଶଗ୍ରହଣ କରି କୃତିତ୍ଵ ଅର୍ଜନ କରିଥିଲେ । ଚେତନା ପରିଷଦର ଅଧକ୍ଷ ହରିଶଙ୍କର ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାକାର୍ଯ୍ୟରେ ପଦ୍ମପୁର ମହିଳା ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପିକା ଲୋପାମୁଦ୍ରା ନାୟକ ମୁଖ୍ୟ ଅତିଥି, ଆଇନଜୀବୀ ପ୍ରଶାନ୍ତ ମାଝୀ ମୁଖ୍ୟବକ୍ତା ଓ ଦଧିବାମନ କଲେଜର ଓଡିଆ ଅଧ୍ୟାପକ ଦୂର୍ଗାଶିଷ ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ । ପଦ୍ମପୁର ଅଞ୍ଚଳରେ ଉଲ୍ଲେଖନୀୟ ସେବା କାର୍ଯ୍ୟ ପାଇଁ ମାରବାଡି ଯୁବାମଞ୍ଚ ପଦ୍ମପୁର ଓ କୁଞ୍ଜବିହାରୀ ପଧାନଙ୍କୁ ଚେତନା ପରିଷଦ ତରଫରୁ ସମ୍ମାନୀତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଚେତନା ପରିଷଦର ସଦସ୍ୟମାନେ ମନୋଜ ମହାନ୍ତି, ଅଶୋକ ମିଶ୍ର, ସପନ କୁମାର ମହାନ୍ତି ସନ୍ତୋଷ କୁମାର ବୈକାର, ସୁଧାଂଶୁ ତ୍ରିପାଠୀ ସୂଚାରୁ ରୂପେ ପରିଚାଳନା କରିବାର ଦାୟିତ୍ୱ ବହନ କରିଥିଲେ । ପରିଶେଷରେ ସମ୍ପାଦକ କିଶୋର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.