csstore

ଗଣ୍ତାବାହାଲିରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ସିନାପାଲି, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଗଣ୍ତାବାହାଲି ମେହେର ସମାଜ ଆନୁକୂଲ୍ୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମଜୟନ୍ତୀ ସ୍ଥାନୀୟ କଲ୍ୟାଣ ମଣ୍ତପ ପରିସରରେ ରବିବାର ମହାସମାରୋହରେ ପାଳନ କରାଯାଇଛି । ସମାଜର ସଭାପତି ମହେଶ୍ୱର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜୟନ୍ତୀ ସଭାରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ବିଶିଷ୍ଟ ଅତିଥି ଭାବରେ ବରିଷ୍ଠ ଆଇନଜୀବୀ ବୈଶମ୍ପାୟନ ମେହେର, ମୁଖ୍ୟବକ୍ତା ଭାବରେ ଅଧ୍ୟାପକ କନକ ବର୍ଦ୍ଧନ ସାହୁ ଏବଂ ସମ୍ମାନିତ ଅତିଥି ଭାବରେ ସିନାପାଲି ଗଙ୍ଗାଧର ସାରସ୍ୱତ ସମିତିର ସଭାପତି ତଥା ଯୁବ ଲେଖକ ବୈଷ୍ଣବ ମେହେର ଉପସ୍ଥିତ ରହି କବି ଗଙ୍ଗାଧରଙ୍କ ସୃଷ୍ଟି ଏବଂ ଜୀବନ ଶୈଳୀରେ ଥିବା ସାଧୁତା ଆମ ସମସ୍ତଙ୍କ ଆଦର୍ଶ ହେଲେ ସମାଜରେ ସ୍ୱତଃ ସକରାତ୍ମକ ପରିବର୍ତ୍ତନ ହୋଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ଯୁବ ଅଧ୍ୟାପକ ଗୁପ୍ତେଶ୍ୱର ମେହେର ସ୍ୱାଗତ ଓ ପରିଚୟ ପ୍ରଦାନ କରିଥିଲେ । ଏହା ପରେ କବିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ସ୍ଥାନୀୟ ହାଇସ୍କୁଲର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ । ଏହି ଅବସରରେ ସ୍ୱେଚ୍ଛାସେବୀ ରକ୍ତଦାତା ଥବୀର ମେହେରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଡିସମ୍ବର ମେହେର ମାନପତ୍ର ପାଠ କରିଥିଲେ । ଏ ଅବସରରେ ଅଧ୍ୟାପକ କବି ଧୃବଚରଣ ପଧାନଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଆସରରେ ଅଂଚଳର କବି କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମରେ ଅଂଚଳର ଶତାଧିକ ସାହିତ୍ୟ ଓ ଗଙ୍ଗାଧର ପ୍ରେମୀ ଯୋଗ ଦେଇଥିବା ବେଳେ ଶେଷରେ ସମାଜର ସଂପାଦକ ନିରଞ୍ଜନ ମେହେର ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.