ଜୱ।ଦର ପ୍ରଭାବରେ ଝିପି ଝିପି ବର୍ଷା ଓ ମେଘୁଆ ପାଗ ଯୋଗୁଁ ଚାଷୀର ଉଜୁଡିଲା ଚାଷ

ପାଟଣାଗଡ, (ଗୋରେଖନାଥ ବରିହା) : ‘ଚାଷ କାମ ଯାହାର କେଡେ ସୁଖ ତାହାର’ ଏ ଉକ୍ତି ଟା ପଢ଼ିବା କି କହିବାକୁ ବହୁତ ସୁନ୍ଦର ଓ ସରଳ ଲାଗିଥାଏ । ହେଲେ ଚାଷୀର ଜୀବନ ସର୍ବଦା କଠିନ । କେତେବେଳେ ବର୍ଷାର ଅଭାବ ତ କେତେବେଳେ ଦୈବଦୂର୍ବିପାକ ତ କେତେବେଳେ ଅଦିନିଆ ବର୍ଷା ଦାଉ ସାଜିଥାଏ ଚାଷୀଙ୍କୁ । ସାମ୍ଭାବ୍ୟ ବାତ୍ୟା ଜୱାଦର ପ୍ରଭାବ ଯୋଗୁଁ ଲାଗି ରହିଛି ମେଘୁଆ ପାଗ ଓ ଝିପି ଝିପି ବର୍ଷା । ତେବେ ଏହା ଚାଷୀର ଧାନ ଫସଲ ଅମଳ ସମୟରେ ହୋଇଥିବାରୁ ଧାନ ପେଟା ପାଣିରେ ଭିଜି ଗଜା ହୋଇ ନଷ୍ଟ ହୋଇଥିବା ଓ ଧାନ ଫସଲ ପଡି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି ।

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ଓ ଖପ୍ରାଖୋଲ ବ୍ଳକରେ ଚଳିତ ବର୍ଷ ଖରିଫ ଋତୁରେ ଚାଷ କାର୍ଯ୍ୟରେ ବ୍ୟାପକ ସୃଷ୍ଟି ହୋଇଥିବା ବେଳେ ଅଳ୍ପ ମାତ୍ରାରେ ହୋଇଥିବା ଧାନ, କପା, ମୁଗ ବିରି ଆଦି ଫସଲ ଲାଗି ରହିଥିବା ଝିପି ଝିପିରେ ନଷ୍ଟ ହୋଇପଡିଛି । ଉକ୍ତ ଅଞ୍ଚଳରେ ବିଶେଷ ପରିମାଣରେ ଚାଷୀ କପା ଚାଷ କରି ଦୁଇ ପଇସା ଅଧିକ ପାଉଥିବା ବେଳେ ଝିପି ଝିପି ବର୍ଷା ଯୋଗୁଁ ନଷ୍ଟ ହୋଇପଡିଛି । ଚାଷୀ ଧାର କରଜ ଋଣ କରି ଚାଷ କରିଥିବା ବେଳେ ଏହି ଅଦିନିଆ ବର୍ଷା ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି । ଚାଷୀ ଚିନ୍ତାରେ ମୁଣ୍ଡରେ ହାତ ମାରି ବସିଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଚାଷୀଙ୍କ ଫସଲର ନଷ୍ଟ ହୋଇଥିବା କ୍ଷୟକ୍ଷତିର ଆକଳନ କରି ସରକାରୀ ସହାୟତା ଯୋଗାଇ ଦେବାକୁ ଚାଷୀମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.

13 + six =

error: Content is protected !!