oom

ଜାତୀୟ ଡାକ କର୍ମଚାରୀ ସଂଘର ୨୨ତମ ମିଳିତ ଦ୍ୱିବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସାମ୍ବାଦିକ ଭବନରେ ଜାତୀୟ ଡାକ କର୍ମଚାରୀ ସଂଘର ୨୨ତମ ମିଳିତ ଦ୍ୱିବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟଅତିଥି ଭାବେ ଡାକ ଅଧିକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକ ଯୋଗଦାନ କରିଥିବା ବେଳେ ଅବସରପ୍ରାପ୍ତ ଡାକ ଅଧିକ୍ଷକ ବିଭୂତି ଭୂଷଣ ମିଶ୍ର, ଅବସରପ୍ରାପ୍ତ ଡାକପାଳ ବିଜୟ କୁମାର ପୁରୋହିତ, ଅବସରପ୍ରାପ୍ତ ଡାକପାଳ ଦାମୋଦର ମିଶ୍ର, ସଭାପତି ଅଚ୍ୟୁତ ପୁରୋହିତ, ଚନ୍ଦ୍ରମଣି ମେହେର ଓ ଲଳିତ କର ମଂଚାସୀନ ଥିଲେ । ସଂପାଦକ ମନୋରଂଜନ ତ୍ରିପାଠୀ ଓ ଶ୍ରୀମତୀ ଆରଧାନା ତ୍ରିପାଠୀ ସଭା ସଂଚାଳନ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଏହି ଅବସରରେ ଅତିଥିମାନେ ଆଗାମୀ ସମୟରେ ସଂଘକୁ କିଭଳି ଭାବରେ ଆହୁରି ମଜ୍‌ବୁତ୍‌ କରାଯାଇ ପାରିବ ଏବଂ ସଂଘର ସଦସ୍ୟମାନେ କିଭଳି ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ପାଇ ପାରିବେ, ସେ ସଂପର୍କରେ ଆଲୋଚନା କରିଥିଲେ । ଏହି ସଭାକାର୍ଯ୍ୟରେ ଡାକ କର୍ମଚାରୀମାନଙ୍କ ସହ ସହରର ବହୁ ବୁଦ୍ଧିଜୀବୀ ଓ ସାମ୍ବାଦିକମାନେ ଯୋଗଦାନ କରିଥିଲେ ।

jittmm
Leave A Reply

Your email address will not be published.