csstore

ଭାଲୁମୁଣ୍ଡାରେ ନୂତନ ଯାତ୍ରୀ ବିଶ୍ରାମାଗାର ଉଦ୍‌ଘାଟିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡାସ୍ଥିତ ହନୁମାନ ମନ୍ଦିର ସମ୍ମୁଖରେ ନୂତନ ଯାତ୍ରୀ ବିଶ୍ରାମାଗାର ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାଲୁମୁଣ୍ଡା ପଞ୍ଚାୟତ ସରପଞ୍ଚ ତଥା ବଙ୍ଗୋମୁଣ୍ଡା ବ୍ଲକ ସରପଞ୍ଚ ସଂଘର ସଭାପତି ଉପେନ୍ଦ୍ର ମେହେର, ସମ୍ମାନୀୟ ଅତିଥି ଭାବେ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ ନାଗ, କନିଷ୍ଠ ଯନ୍ତ୍ରୀ ବିକ୍ରମ ସିଂ ବିଭାର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ପୂର୍ବରୁ ଏଠାରେ ଯାତ୍ରୀ ବିଶ୍ରାମାଗାର ବିପଦ ସଙ୍କୁଳ ଅବସ୍ଥାରେ ଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ହୋଇଥିଲା । ଦୀର୍ଘ ଦିନରୁ ଏହି ସମସ୍ୟା ଆଜି ସମାଧାନ ହୋଇଥିବାରୁ ବିଭିନ୍ନ ମହଳରେ ପ୍ରଶଂସା କରାଯାଉଛି । କଲେଜ ଛାତ୍ରଛାତ୍ରୀ ସହ ଯାତ୍ରୀମାନେ ବସ୍‌କୁ ଅପେକ୍ଷା କରି ରହୁଥିବା ବେଳେ ସେମାନେ ବହୁ ହଟହଟା ହେଉଥିଲେ । ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ପଞ୍ଚାୟତର ସମସ୍ତ କର୍ମଚାରୀ ଓ ଜନପ୍ରତିନିଧି ମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.