pakka

ମା’ ଗଙ୍ଗା ଦେବୀଙ୍କ ଯାତ୍ରା ସମ୍ପନ୍ନ

bbehera

ମ. ରାମପୁର, (ହେମନ୍ତ ସାହୁ) : ମ. ରାମପୁରର ପ୍ରସିଦ୍ଧ ଗଙ୍ଗା ଦେବୀଙ୍କ ନବଦିନାତ୍ମକ ଯାତ୍ରା ସମ୍ପନ୍ନ ହୋଇଯାଇଛି । ପ୍ରତ୍ୟହ ମା’ଙ୍କ ନଗର ପରିକ୍ରମା ପରେ ଗୋଟିଏ ଦିନ ବିଶ୍ରାମ ଏବଂ ଶେଷ ଦିନ ସମଗ୍ର ମ. ରାମପୁର ସାରା ରାତି ପରିକ୍ରମା ପରେ ସହରର ମଧ୍ୟ ଭାଗରେ ଥିବା ଗଙ୍ଗା ଦେବୀଙ୍କ ମନ୍ଦିରରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥିଲା । ରଞ୍ଜନ ନାୟକଙ୍କଠାରେ ମା’ ସବାର ହେବା ପରେ ଭକ୍ତମାନଙ୍କ ହାରି ଗୁହାରୀ ଶୁଣିଥିଲେ । କଣ୍ଟା ଦୋଳିରେ ଝୁଲିବା ସହ ମା’ଙ୍କ ପାଖରେ ବୋଦା, କୁକୁଡ଼ା, ପାରା ଆଦି ବଳି ପଡ଼ିଥିଲା । ସମସ୍ତ କାର୍ଯ୍ୟକ୍ରମକୁ ମ. ରାମପୁର ରାଜ ପରିବାର ସଦସ୍ୟ ବୁଧେନ୍ଦ୍ର ପ୍ରତାପ ସିଂହ ଦେଓ ଓ ଯଶୋବନ୍ତ ସିଂହ ଦେଓଙ୍କ ସମେତ ଧରଣୀଧର ଧଙ୍ଗଡା ମାଝୀ, ଅନାଦି ଭୋଇ, ଦୂତିଆ ଭୋଇ, ଜୟ ହାତୀ ପ୍ରମୁଖ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

seven − 5 =