jsm

ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

csstore

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ବଦଳି ହୋଇ ଅନ୍ୟାନ ଶିକ୍ଷା ଅନୁଷ୍ଠାନକୁ ଯାଇଥିବା କର୍ମଚାରୀମାନଙ୍କର ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟରୁ ଅବସର ନେଇଥିବା ୪ର୍ଥ ଶ୍ରେଣୀ କର୍ମଚାରୀ ଶିଖର ମହାପାତ୍ର ଏବଂ କିରାଣୀ ପ୍ରଫୁଲ୍ଲ କୁମାର ଷଡଙ୍ଗୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯିବା ସହ ପଦୋନ୍ନତି ପାଇ ଅନ୍ୟତ୍ର ବଦଳି ହୋଇଯାଇ ପ୍ରଧାନ ଶିକ୍ଷକ ଦାୟିତ୍ୱ ତୁଳାଇଥିବା ବିଜୟ କୁମାର ପରିଡା, ସତ୍ୟବାଦୀ ଦାଶ ଏବଂ ପ୍ରଶାନ୍ତ ତ୍ରିପାଠୀ ଓ ବଦଳି ହୋଇଯାଇଥିବା ଶିକ୍ଷକ ମନୋରଂଜନ ନାଥଙ୍କୁ ଛାତ୍ରଛାତ୍ରୀମାନଙ୍କ ତରଫରୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ଦିଆଯାଇଥିଲା । ଉକ୍ତ ସଭାରେ ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସତ୍ୟବାଦୀ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀମତୀ ଭବମ୍‌ ପ୍ରଧାନ ସଭାପତିତ୍ୱ କରିଥିଲେ । ଅନ୍ୟତମ ଅତିଥି ଭାବେ ମଂଚାସୀନ ହୋଇଥିଲେ ବନମାଳି ବେହେରା, ଲକ୍ଷ୍ମୀଧର ମିଶ୍ର, ହରିବନ୍ଧୁ ପ୍ରଧାନ ଏବଂ ବିଦ୍ୟାଳୟର ଏସଏମସି ସଭାପତି ଓ ଆଲୁମିନି କମିଟିର ସଭାପତି ଯଥାକ୍ରମେ ସନାତନ ସାହୁ ଓ କିଶୋର ମହାପାତ୍ର । ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ପ୍ରଧାନଙ୍କୁ ମଧ୍ୟ ବିଦ୍ୟାଳୟ ତରଫରୁ ସମ୍ମାନିତ କରାଯାଇଥିଲା । ପରିଚୟ ପ୍ରଦାନ ଓ ପରିଚାଳନା କରିଥିଲେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ । ଉକ୍ତ କାର୍ଯ୍ୟକ୍ରମକୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ଶିକ୍ଷୟିତ୍ରୀ ବୈଜୟନ୍ତୀ ମିଶ୍ର ।

yuvodaya
Leave A Reply

Your email address will not be published.