pakka

ଅଭିଭାବକ ଓ ଶିକ୍ଷକଙ୍କ ବୈଠକ ଅନୁଷ୍ଠିତ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଐତିହ୍ୟ ସଂପନ୍ନ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦେବା ପରେ ବ୍ଲକ ଶିକ୍ଷା ମଣ୍ଡଳର ଅଧିକାରୀ ଶ୍ରୀମତୀ ଭବମ୍‌ ପ୍ରଧାନ ଉପସ୍ଥିତ ରହି ଶିକ୍ଷକ ଅଭିଭାବକ ସମ୍ପର୍କ ବାବଦରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ପିଲାମାନଙ୍କ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଥିଲା । ବର୍ଷ ଆରମ୍ଭରୁ କ’ଣ କ’ଣ କରାଯାଇ ପାରିଲେ ସୁଦୃଢ ହେବ ସେ ସଂମ୍ପର୍କରେ ଟିପ୍ପଣୀ ରଖିଥିଲେ କିଛି ଅଭିଭାବକ ମାନେ । ସମସ୍ତ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ବାରା ପ୍ରଥମ ଶ୍ରେଣୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ବାର୍ଷିକ ପରୀକ୍ଷାର ରେଜଲ୍ଟ ପରି ପ୍ରକାଶ ହୋଇଥିଲା ଏବଂ ପ୍ରୋଗ୍ରେସ୍‌ ରିପୋର୍ଟ ବଣ୍ଟନ କରାଯାଇ ସଭା କାର୍ଯ୍ୟକୁ ସମାପନ କରାଯାଇଥିଲା ।

jay balangir
Leave A Reply

Your email address will not be published.

20 − 9 =