pr

ଉତ୍ତମ ବ୍ୟକ୍ତିତ୍ୱ ପାଇଁ ଉପଯୁକ୍ତ ଶୈଶବ ଜରୁରୀ

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗିର ତରଫରୁ ଆଜି ସ୍ଥାନୀୟ ଜେଆଇଟିଏମ୍‌ କଲେଜରେ ଶିଶୁ ଅଧିକାର, ଶିଶୁ ସୁରକ୍ଷା ନିମିତ୍ତ ବିଭିନ୍ନ ବିଧି ବ୍ୟବସ୍ଥା ସଂପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ଜେଆଇଟିଏମ୍‌ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକାଙ୍କ ସହ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ । ଉକ୍ତ ସଚେତନତା କର୍ମଶାଳାରେ କଲେଜର ଅଧ୍ୟକ୍ଷ ତମାଳ ଚକ୍ରବର୍ତ୍ତୀ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ଅରୁଣ ଖୁଆସ, ହରିବନ୍ଧୁ ରାଉତ, ଶିଶୁ ସହାୟତା କେନ୍ଦ୍ରର ବସନ୍ତ ହରପାଲ, ଶୁଭମ୍‌ ଜେନା, ଜିଲ୍ଲା ପରାମର୍ଶଦାତ୍ରୀ ଆଲିଶା ଶର୍ମା ପ୍ରମୁଖ ପ୍ରଶିକ୍ଷଣ ଦେଇଥିଲେ । ସାମାଜିକ କର୍ମୀ ଅରୁଣ ଖୁଆସ କିଶୋର ନ୍ୟାୟ ଆଇନ ୨୦୧୫, ମିଶନ ବାତ୍ସଲ୍ୟ ଯୋଜନା ସହ ମାତୃ ଗର୍ଭରୁ ଆରମ୍ଭ କରି ଶିଶୁ ୧୮ ବର୍ଷ ପୂରଣ ପୂର୍ବଦିନ ପର୍ଯ୍ୟନ୍ତ ପାଉଥିବା ଆଇନ ଗତ ଅଧିକାର, ବିଭିନ୍ନ ଆଇନଗତ ପ୍ରାବଧାନ ବିଷୟରେ ପ୍ରଶିକ୍ଷଣ ଦେଇ କହିଥିଲେ ଯେ ଉତ୍ତମ ନାଗରିକ କରିବାକୁ ହେଲେ ଉପଯୁକ୍ତ ଶୈଶବ ଗଠନ ନିହାତି ଜରୁରୀ ଅଟେ ବୋଲି ପ୍ରକାଶ କରିଥିଲେ । ଜିଲ୍ଲା ପରାମର୍ଶ ଦାତ୍ରୀ ଆଲିଶା ଶର୍ମା ଛାତ୍ର ଛାତ୍ରୀମାନେ କିପରି ସାଇବର କ୍ରାଇମରୁ ନିଜକୁ ରକ୍ଷା କରିବେ ସମସ୍ତଙ୍କୁ ପରାମର୍ଶ ପ୍ରଦାନ କରିଥିବା ବେଳେ ଶିଶୁ ସହାୟତା କେନ୍ଦ୍ରର ବସନ୍ତ ହରପାଲ ଶିଶୁ ସୁରକ୍ଷାର ଅଙ୍ଗେନିଭା ଘଟଣାକୁ ପ୍ରୋଜେକ୍ଟର ମାଧ୍ୟମରେ ଛାତ୍ର ଛାତ୍ରୀଙ୍କୁ ପ୍ରଦର୍ଶନ କରି ବୁଝାଇଥିଲେ । ସାମାଜିକ କର୍ମୀ ହରିବନ୍ଧୁ ରାଉତ ଶିଶୁ ଶ୍ରମିକ ଏକ ସାମାଜିକ କଳଙ୍କ ଓ ବାଲ୍ୟ ବିବାହ ଏକ କୁପ୍ରଥା ବୋଲି କହିଥିବା ବେଳେ ଶୁଭମ୍‌ ଜେନା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

nrusinghnath
Leave A Reply

Your email address will not be published.